ସମ୍ବଲପୁର: ମହାନଦୀକୁ ଡେଇଁପଡିଲେ ହାଇସ୍କୁଲ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ ହାଇସ୍କୁଲ ଛାତ୍ରୀ ଜଣକ ଡେଇଁ ପଡିଥିବା ସୂଚନା ମିଳିଛି। ଛାତ୍ରୀ ଜଣଙ୍କ ନାଁ କାଜଲ ବୋଲି ଜଣାପଡିଛି। ଆଜି ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ। ପରେ ମର୍ଣ୍ଣିଂ ଓ୍ବାକ୍ କରୁଥିବା କିଛି ଲୋକ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
Popular Categories



