www.samajalive.in
Sunday, December 7, 2025
14.1 C
Bhubaneswar

ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମରେ ଗୃହପାଳିତ ପ୍ରାଣୀଙ୍କୁ ଟିକାକରଣ

ଗୁରୁଡିଝାଟିଆ: ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମାଗୁଡ଼ିକରେ ଥିବା ଗୃହପାଳିତ ପ୍ରାଣୀମାନଙ୍କୁ ଟିକାକରଣ କରାଯାଇଛି । ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁଡିଝାଟିଆ ପ୍ରାଣୀ ଚିକିତ୍ସା ଅଧିକାରୀ ଟିକାକରଣ କରିଥିଲେ । ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ସଂସ୍ପର୍ଶରେ ଗୃହପାଳିତ ପ୍ରାଣୀମାନେ ଆସୁଥିବାରୁ ସେମାନଙ୍କଠାରୁ ବ୍ୟାପୁଥିବା ସଂକ୍ରାମକ ରୋଗକୁ ରୋକିବା ନିମନ୍ତେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗାଁ ମାଣିତ୍ରୀ, ଖଣ୍ଡବନ୍ଧ, ନୃସିଂହପୁରରେ ଟିକାକରଣ କରାଯାଇଥିଲା । ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟିକାକରଣ କାର୍ଯ୍ୟକ୍ରମରେ ଗୁରୁଡିଝାଟିଆ ପ୍ରାଣୀ ଚିକିତ୍ସକ ଡାକ୍ତର ମନୀଷା ଦାସ ଓ କର୍ମଚାରୀମାନେ ଉପସ୍ଥିତ ରହି ଟିକାକରଣ କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories