www.samajalive.in
Wednesday, November 19, 2025
26.1 C
Bhubaneswar

ଟ୍ରେନ୍ ଟଏଲେଟ୍‌ରୁ ମୃତଦେହ ଉଦ୍ଧାର

ସମ୍ବଲପୁର : ଟ୍ରେନ୍ ଟଏଲେଟରୁ ମୃତଦେହ ଉଦ୍ଧାର। ସମ୍ବଲପୁର -ନାନ୍ଦେଡ଼ ଟ୍ରେନର ପାଇଖାନା ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ନାନ୍ଦେଡ ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଥିଲା।  ଭୋର୍ ୪ଟା ସମୟରେ ଜଣେ ସଫେଇ କର୍ମଚାରୀ ଟ୍ରେନ୍ ସଫା କରୁଥିବାବେଳେ ଟଏଲେଟ୍ ମଧ୍ୟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏ ନେଇ ଆରପିଏଫ୍ କୁ ଖବର ଦେଇଥିଲେ। ରେଳବାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ସମ୍ବଲପୁର ଜିଲ୍ଲା ବଡରମାର ପ୍ରସାଦୀ ବାଗ୍ ବୋଲି ଜଣାପଡିଛି। ସେ ସିକନ୍ଦରାବାଦର ଏକ କମ୍ପାନୀରେ ଶ୍ରମିକ କାମ କରୁଥିଲେ। ଉକ୍ତ ଟ୍ରେନରେ ସେ ସମ୍ବଲପୁର ଫେରୁଥିବା ସୂଚନା ମିଳିଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories