ଭୁବନେଶ୍ଵର: ରାଜଧାନୀରେ ଷଣ୍ଢ ଆତଙ୍କ। ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ହେମଲତା ଦାସ ବୋଲି ଜଣାପଡିଛି। ଷଣ୍ଢ ଆକ୍ରମଣରେ କିଛି ବ୍ୟକ୍ତି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ଗତ କିଛି ଦିନ ହେବ ରାଜଧାନୀ ଉପକଣ୍ଠ ରୋକୋଟ ଗାଁରେ ପାଗଳ ଷଣ୍ଢ ଆତଙ୍କ ଦେଖିବାକୁ ମିଳିଛି। ପୂର୍ବରୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଲୋକ ଆହତ ହୋଇଥିଲେ। ଏ ନେଇ ବାରମ୍ବାର ଗ୍ରାମବାସୀମାନେ ବିଏମସିକୁ ଜଣାଇଛନ୍ତି । କିନ୍ତୁ କିଛି ସୁଫଳ ମିଳିନି। ଯାହାଫଳରେ କି ଆଜି ମଧ୍ୟ ସମାନ ଅଘଟଣ ସାମ୍ନାକୁ ଆସିଛି। ବାଧ୍ୟ ହୋଇ ଆଜି ସ୍ଥାୟୀ ପ୍ରତିକାର ଦାବିରେ ସ୍ଥାନୀୟ ଲୋକେ ମଞ୍ଚେଶ୍ଵରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ଵର ପୁଲିସ ପହଁଞ୍ଚି ବୁଝାସୁଝା ଜାରି ରଖିଛି।
Popular Categories



