ସୁରକ୍ଷା ବଳୟରେ ସମ୍ବଲପୁର, ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ହେଲିପ୍ୟାଡ୍ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦୀଙ୍କ ଗସ୍ତ ଅବସରରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ପୁଲିସ୍ ଫୋସ୍ର୍ଙ୍କ ସମେତ ୭ ଜଣ କମାଣ୍ଡାଣ୍ଟ ଓ ୩୦୦ ଅଫିସର ଦାୟିତ୍ୱରେ ରହିବେ। ସୁରକ୍ଷା ବ୍ୟବସ୍ଥା ତଦାରଖ ଲାଗି ୪ ଜଣ ଏସପି ଓ ୨ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଥିବା ଓଡ଼ିଶା ରାଜ୍ୟ ସଶସ୍ତ୍ରବାହିନୀର କମାଣ୍ଡାଣ୍ଟ ଭବାନୀ କୁମାର ସେଠ୍ କହିଛନ୍ତି।
ଆସିବେ ମୋଦୀ, ସମ୍ବଲପୁର ଚଳଚଞ୍ଚଳ – ଶିଳାନ୍ୟାସ ଓ ଲୋକାର୍ପଣ କରିବେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ
Comments are closed.