www.samajalive.in
Sunday, December 14, 2025
23.1 C
Bhubaneswar

ଚାକିରି ନାଁରେ ଯୁବତୀଙ୍କ ଠାରୁ ଟଙ୍କା ଠକେଇ ଘଟଣା, ବରଖାସ୍ତ ସେନା କର୍ମଚାରୀ ଗିରଫ

ଗୋପାଳପୁର – ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ କ୍ଲର୍କ ଚାକିରି କରାଇ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ୬ ଟଙ୍କା ଠକେଇ ଘଟଣାରେ ପୁଲିସ ଜଣେ ବରଖାସ୍ତ ସେନା କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ନନ୍ଦିଘରର ସନ୍ତୋଷ କୁମାର ସେଠୀ । ଛତ୍ରପୁର ଅଞ୍ଚଳର ଜଣେ ଯୁବତୀ ଚାକିରି ଖୋଜୁଥିବା ବେଳେ ସନ୍ତୋଷ କୁମାର ସେଠୀଙ୍କ ସହ ପରିଚୟ ହୋଇଥିଲା । ସନ୍ତୋଷ ସେନାରେ ଚାକିରି କରୁଛନ୍ତି ବୋଲି ଯୁବତୀଙ୍କୁ ପରିଚୟ ଦେବା ସହ ତାଙ୍କୁ ଚାକିରି କରାଇ ଦେବେ ବୋଲି କହିଥିଲେ।

ଗୋଳବନ୍ଧ ସ୍ଥିତ ସେନା କାର୍ଯ୍ୟାଳୟରେ ତାଙ୍କର ପରିଚୟ ରହିଛି ଏବଂ ସେଠାରେ କ୍ଲର୍କ ଚାକିରି କରାଇଦେବେ ବୋଲି ସନ୍ତୋଷ ସଂପୃକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଯୁବତୀଙ୍କ ଠାରୁ ଜାନୁଆରୀ ମାସ ୮ ତାରିଖ ଠାରୁ ୧୮ ମଧ୍ୟରେ ନେଇ ଥିଲା l ଅନେକ ଦିନ ଯାଏଁ ଯୁବତୀଙ୍କୁ ଚାକିରି ମିଳିନଥିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ପରେ ଘଟଣାକୁ ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ୪୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଧେଶ କ୍ରମେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଖୋଜାଖୋଜି କରିଥିବା ବେଳେ ଆଜି କୌଣସି ସୂତ୍ରରୁ ଖବର ପାଇଁ କୁକୁଡାଖଣ୍ଡି ଅଂଚଳରେ ପୁଲିସକୁ ଦେଖି ଦୌଡ଼ି ଚାଲିଯାଉଥିବା ବେଳେ ତାର ଫୋଟୋକୁ ଦେଖି ପୁଲିସ କାବୁ କରି ତ ଠାରୁ ଏକ ମୋବାଇଲ ଜବତ କରି କୋର୍ଟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଅଭିଯୁକ୍ତ ସନ୍ତୋଷ ସେନା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ , କିନ୍ତୁ ତାଙ୍କର ଏପରି କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ସେନା ପକ୍ଷରୁ ବରଖାସ୍ତ କରା ଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories