www.samajalive.in
Saturday, December 6, 2025
14.1 C
Bhubaneswar

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର: କ୍ଷମା ମାଗିଲେ ଜିଲାପାଳ

ସମ୍ବଲପୁର: ଅଗାମୀ ଦିନରେ ଶ୍ରୀରାମ ନବମୀ, ହନୁମାନ ଜନ୍ମୋତ୍ସବ ଓ ମୋହରମ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକର ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଜିଲା ପ୍ରଶାସନ ତରଫରୁ ଚିଠି କରି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ମଙ୍ଗଳବାର ନିର୍ଦ୍ଧାରିତ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ସଭାସ୍ଥଳରେ ପହଞ୍ଚିଥିଲେ। ତେବେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ହଠାତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କୌଣସି କାରଣ ନଦର୍ଶାଇ ସେଠାରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ବାହାରି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗଣମାଧ୍ୟମ ପ୍ରତିନିଧି ମାନେ ଅପମାନ ଅନୁଭବ କରି ତୁରନ୍ତ ସଭାଗୃହରୁ ବାହାରି ଆସିଥିଲେ ଏବଂ ଏସପିଙ୍କ ଏଭଳି ଆକସ୍ମିକ ବ୍ୟବହାର ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସଭା କାର୍ଯ୍ୟ ପରେ ଜିଲାପାଳ ତାଙ୍କର କାର୍ଯ୍ୟାଳୟକୁ ଫେରିବା ପରେ ସାମ୍ବାଦିକ ମାନଙ୍କର ଏକ ପ୍ରତିନିଧି ମଣ୍ଡଳ ତାଙ୍କୁ ସାକ୍ଷାତକାର କରି ଏହି ଦୁର୍ଭାଗ୍ୟଜନକ ଘଟଣା ଉପରେ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ସାମ୍ବାଦିକ ମାନେ ଜିଲାପାଳଙ୍କୁ କହିଥିଲେ ଯେ, ଯଦି କୌଣସି ସଭାକୁ ଗଣମାଧ୍ୟମର ଉପସ୍ଥିତି ଆବଶ୍ୟକତା ନାହିଁ, ତାହା ହେଲେ ଆଗରୁ ମନା କରି ଦିଆଯାଉ। କିନ୍ତୁ ସରକାରୀ ଚିଠି କରି ଆମନ୍ତ୍ରିତ କରି ଏଭଳି ଅପମାନିତ କାହିଁ କରାଯାଉଛି ବୋଲି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରଶ୍ନ କରିଥିଲେ। ପ୍ରତିନିଧି ଦଳ ଠାରୁ ସମସ୍ତ ବିଷୟ ଶୁଣିବା ପରେ ଜିଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ ଯେ, କୌଣସି କାରଣରୁ ଏସପି ଏଭଳି ପଦକ୍ଷେପ ନେଇଥିବେ। ତଥାପି ସାମ୍ବାଦିକ ମାନଙ୍କ ପ୍ରତି ତାଙ୍କର ଦୁର୍ବବ୍ୟହାରକୁ ନେଇ ସେ ଦୁଃଖିତ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଯଥେଷ୍ଟ ମହତ୍ୱ ରହିଛି ଓ ସଭା କାର୍ଯ୍ୟ ଗୁଡିକରେ ସେମାନଙ୍କର ଉପସ୍ଥିତି ଅପରିହାର୍ଯ୍ୟ ଅଟେ। ତେବେ ଜିଲାପାଳଙ୍କ ଦୁଃଖ ପ୍ରକାଶ ପରେ ମଧ୍ୟ ସାମ୍ବାଦିକ ମାନଙ୍କ ଅସନ୍ତୋଷ ନ କମିବାରୁ ଜିଲାପାଳ ଶ୍ରୀ ଅଗ୍ରୱାଲ ଉତ୍ତେଜିତ ସାମ୍ବାଦିକ ମାନଙ୍କୁ ଶାନ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଏଥିସହ ସାମ୍ବାଦିକ ମାନଙ୍କ ସହିତ ଏଭଳି ଘଟଣା ଆଗକୁ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ପାଲେଷ୍ଟାଇନକୁ ମିଳିପାରେ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ପଦ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories