www.samajalive.in
Saturday, December 6, 2025
14.1 C
Bhubaneswar

ମାଛର ଦାମ୍ ୧୮ ଲକ୍ଷ…

ପାରାଦ୍ବୀପ : ପାରାଦ୍ବୀପର ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୭ଟି ବିରଳ ତେଲିଆ ବୋରେଇ ମାଛ ପଡିଥିଲା। ପରେ ନେହେରୁ ବଙ୍ଗଳାସ୍ଥିତ ମାଛଧରା ବନ୍ଦରରେ ଏହି ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ  ନିଲାମ ହୋଇଥିଲା। ଏହି ମାଛ କିଲୋ ପାରାଦ୍ବୀପରେ ୬୪୦୦ ଟଙ୍କାରେ ନିଲାମ ହୋଇଥିବାବେଳେ ଦିଘା ବଜାରରେ ଏହି ୧୭ଟି ମାଛର ମୂଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି କାର୍ତ୍ତିକେଶ୍ବର ମତ୍ସ୍ୟ ଉତ୍ପାଦକ ସଂଘ ସମ୍ପାଦକ ପ୍ରକାଶ ଜେନା କହିଛନ୍ତି। ମାଛ ଗୁଡିକୁ ବୋଟର ମାଲିକ କୋଲକାତାର ଦିଘା ନେଇଛନ୍ତି। ଏହି ମାଛର ଅନ୍ତ ଓ ପୁଟାକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ ରହିଛି। ଧରା ପଡ଼ିଥିବା ମାଛ ଅଣ୍ଡିରା ପ୍ରଜାତିର ହୋଇଥିବାରୁ ଏହାର ମୂଲ୍ୟ ବାହାର ବଜାରରେ ଅଧିକ ବୋଲି ବ୍ୟବସାୟୀ ମାନେ କହିଛନ୍ତି। ତେବେ ବିରଳ ପ୍ରଜାତିର ଏହି ମାଛକୁ ଦେଖିବା ପାଇଁ ବହୁ ଦେଖଣାହାରୀ ଏକତ୍ରିତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories