www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପୂର୍ବତଟ ରେଳବାଇ ତରଫରୁ ବ୍ୟାପକ ବ୍ୟବସ୍ଥା

ସମ୍ବଲପୁର : ପୂର୍ବତଟ ରେଳପଥ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ତାର ସମସ୍ତ ପ୍ରକାରର ସଂଶାଧନ ଗୁଡିକୁ ଉପଯୋଗରେ ଲଗାଇଛି। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ଅର୍ନ୍ତଗତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମଣ୍ଡଳ ରେଳ ପ୍ରବନ୍ଧକ ମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ନିୟମିତ ଯାଞ୍ଚ କରିବା ସହିତ ଆବଶ୍ୟକୀୟ ବ୍ୟାପକ ପଦକ୍ଷେପ ଗ୍ରହଣ କରି ରେଳ ପରିସର ମଧ୍ୟରେ ସଂକ୍ରମଣକୁ ରୋକିବାକୁ ସମସ୍ତ ପ୍ରକାରର ଉଦ୍ୟମ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

- Advertisement -

ପୂର୍ବତଟ ରେଳପଥ ଅର୍ନ୍ତଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ନିୟନ୍ତ୍ରଣ କକ୍ଷ ସହିତ ହେଲ୍ପ ଲାଇନ ନମ୍ବରର ସୁବିଧା ମଧ୍ୟ ଆରମ୍ଭ କରାଯାଇଛି। ରେଳ କର୍ମଚାରୀ ମାନଙ୍କୁ ସୂକ୍ଷ୍ମାନୁଭୂତି ସମ୍ପନ୍ନ ଓ ଶିକ୍ଷିତ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ କତ୍ତୃପକ୍ଷ ମାନଙ୍କ ସହିତ ସହଯୋଗିତା ଓ ସଂଯୋଗ ରଖାଯାଇ ସମସ୍ତ କାର୍ଯ୍ୟ କରାଯାଉଛି। ପୂର୍ବତଟ ରେଳବାଇ ପକ୍ଷରୁ ରେଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଏହି ଆହ୍ୱାନକୁ ସମ୍ମୁଖୀନ ହେବାକୁ ସଂପୂର୍ଣ୍ଣଭାବେ ପ୍ରସ୍ତୁତ କରାଯାଇଛି। ରେଳ ଷ୍ଟେସନ ଏବଂ ଟ୍ରେନ୍‍ ଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ଟ୍ରେନ, ଷ୍ଟେସନ, ଷ୍ଟେସନ ପରିସର, ରେଳ କଲୋନୀ, କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଜନସାଧାରଣ ଓ ରେଳ ଯାତ୍ରୀମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ସ୍ଥାନୀୟ ଭାଷାରେ ପୋଷ୍ଟର ଓ ବ୍ୟାନରମାନ ଲଗାଯାଇଛି ଏବଂ ପ୍ରଚାରପତ୍ରଗୁଡ଼ିକ ବଣ୍ଟନ କରାଯାଉଛି। ସ୍ଥାନୀୟ ଭାଷାରେ ଅଡ଼ିଓ ଭିଜୁଆଲ ମାଧ୍ୟମରେ ବିଭିନ୍ନ ରେଳ ଷ୍ଟେସନ ଗୁଡ଼ିକରେ ପ୍ରଚାର କରାଯାଉଛି ଏବଂ ଷ୍ଟେସନମାନଙ୍କରେ ଥିବା ପବ୍ଲିକ ଆଡ୍ରେସ୍‍ ପଦ୍ଧତିରେ ଏହି ଅଡ଼ିଓ ପ୍ରତିଷେଧକ ସଚେତନତା ବାର୍ତ୍ତା ଘୋଷଣା କରାଯାଉଛି। ରେଳବାଇ ହସ୍‍ପିଟାଲ୍‍ରେ ଯେଉଁ କର୍ମଚାରୀମାନଙ୍କୁ ଜ୍ୱର ହୋଇଛି, ସେମାନଙ୍କୁ ଅଲଗା କରାଯାଇଛି। ଜ୍ୱର ମାମଲା ଗୁଡ଼ିକ ପାଇଁ ସ୍ୱତନ୍ତ୍ର କାଉଣ୍ଟର ବା ୱାର୍ଡ଼ ବ୍ୟବସ୍ଥା କରାଯାଉଛି। ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ମେଡ଼ିକାଲ କର୍ମଚରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି। ସନ୍ଦିଗ୍ଧ କରୋନା ଭୂତାଣୁ କେଶ୍‍ ନିମନ୍ତେ ଜ୍ୱର ସମ୍ବନ୍ଧୀୟ କେଶ୍‍ ଗୁଡ଼ିକୁ ଚିକିତ୍ସା ନିମନ୍ତେ ରେଳବାଇ ହସ୍‍ପିଟାଲ୍‍ରେ ପୃଥକ୍‍ ବେଡ଼୍‍ ପ୍ରଦାନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସଂକ୍ରମଣ ରୋକିବା ନିମନ୍ତେ ରେଲୱେ ସ୍ୱତନ୍ତ୍ର ବେଡ଼୍‍ ଚିହ୍ନିତ କରିଛି। ମେଡ଼ିକାଲ୍‍ କର୍ମଚରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ଯେ, ସେମାନେ ଯେଉଁଠି/ଯେଉଁଠାରେ କରୋନା ଭାଇରସ୍‍ ରୋଗୀ ସନ୍ଦେହ କଲେ କି ନଜରରେ ଆସିଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବେ। ସମସ୍ତ ରେଲୱେ ମେଡିକାଲ୍‍ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ରାଜ୍ୟ କର୍ତ୍ତୃପକ୍ଷ ସହିତ ଯୋଗାଯୋଗରେ ରହି କରୋନା ଉପରେ ତଥ୍ୟ ନେବା ସହ ବିଭିନ୍ନ ନିର୍ଦ୍ଦେଶନାମା ସଂଗ୍ରହ କରି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରିବେ। ରେଲୱେ ପରିସରରେ ପୃଥକ/ସଂଗରୋଧ କେନ୍ଦ୍ର ବେଡ଼୍‍ଗୁଡ଼ିକ ପ୍ରଶାସନ ସହ ପରାମର୍ଶ କରି ବ୍ୟବହାର କରାଯାଇପାରିବ। ରେଳ କର୍ମଚାରୀ ଓ ରେଳ ଉପଭୋକ୍ତାମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ରେଲୱେ ସେଟେଲ୍‍ମେଣ୍ଟରେ ସ୍ୱାସ୍ଥ୍ୟ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି। ପ୍ରତିଷେଧକ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ଯତ୍ନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସନ୍ଦିଗ୍ଧ କୋଭିନ୍‍-୧୧ କେଶ୍‍ଗୁଡ଼ିକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ପୂର୍ବ ତଟ ରେଳପଥ କେନ୍ଦ୍ରିୟ ହସ୍‍ପିଟାଲ୍‍, ସମ୍ବଲପୁର, ବିଶାଖାପାଟଣା ଓ ଖୋର୍ଦ୍ଧାରୋଡ଼୍‍ ରେଳମଣ୍ଡଳରେ ମଣ୍ଡଳ ହସ୍‍ପିଟାଲ୍‍ ଗୁଡ଼ିକରେ ୧୦ଟି ବେଡ଼୍‍ ପୃଥକ୍‍ ଭାବେ ଔଷଧ ଓ ଜୀବନ ବଞ୍ଚେଇବା ଯନ୍ତ୍ରପାତି ସହ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ସମ୍ବଲପୁର ଠାରେ ମଧ୍ୟ ସମସ୍ତ ପ୍ରକାରର କରୋନା ଭୂତାଣୁ ରୋଧି ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories