ଗୋଶାଳା ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି, ୮୦ ଛାତ୍ରଛାତ୍ରୀ ଆକ୍ରାନ୍ତ
ସମ୍ବଲପୁର: ସମ୍ବଲପୁର ଗୋଶାଳାସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ହୋଇ ହଷ୍ଟେଲର ୮୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ କୌଣସି ଖାଦ୍ୟ ଖାଇବା ଯୋଗୁଁ ଝାଡ଼ାବାନ୍ତିର ଶିକାର ହୋଇଥିବା ଆଶଙ୍କା କରାଯାଉଛି।
Comments are closed.