www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟୁତ ବିତରଣର ଘରୋଇକରଣ ବିରୋଧରେ ସାରା ଭାରତରେ କର୍ମଚାରୀ ଓ ଇଞ୍ଜିନିୟରଙ୍କ ବିରୋଧ

ସମ୍ବଲପୁର : ସାରା ଭାରତରେ ବିଦ୍ୟୁତ ବିତରଣ ବ୍ୟବସ୍ଥାର ଘରୋଇକରଣ ବିରୋଧରେ ୧୫ ଲକ୍ଷ ବିଜୁଳି କର୍ମଚାରୀ ଓ ଇଞ୍ଜିନିୟରମାନେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନ୍ୟାସନାଲ କୋର୍ଡିନେସନ କମିଟି ଅଫ ଇଲେକ୍ଟ୍ରିସିଟି ଏମ୍ପ୍ଲଇଜ ଆଣ୍ଡ ଇଞ୍ଜିନିୟର ଆସୋସିଏସନର ଆହ୍ୱାନ କ୍ରମେ ସାରା ଦେଶରେ ଅଗଷ୍ଟ ୧୮କୁ ଶକ୍ତି ସୁରକ୍ଷା ଦିବସ ଭାବରେ ପାଳନ କରିଛନ୍ତି। ଏହି ଅବସରରେ ଇଲେକ୍ଟ୍ରିସିଟି ଆମେଣ୍ଡମେଣ୍ଟ ବିଲ ୨୦୨୦ ଏବଂ ଓଡିଶା, ଉତ୍ତର ପ୍ରଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥାର ଘରୋଇ କରଣ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରର୍ସ ଏକତା ମଞ୍ଚ ସମେତ ଅନ୍ୟ ସଂଘ ଓ ମହାସଂଘମାନେ ସାମିଲ ହୋଇଥିଲେ। ସମ୍ବଲପୁରଠାରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରର୍ସ ଏକତା ମଞ୍ଚ ତରଫରୁ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟଗୁଡିକ ସମ୍ମୁଖରେ ପ୍ରତିବାଦ କରାଯିବା ସହିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଦ୍ୟୁତ ନିୟାମକ ଆୟୋଗକୁ ଦାବି ପତ୍ର ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଜରିଆରେ ସେସୁ ର ବିକ୍ରିକୁ ବାତିଲ କରିବା, ନେସକୋ, ୱେସକୋ ଓ ସାଉଥକୋ ବିକ୍ର ପ୍ରକ୍ରିୟା ବନ୍ଦ କରି ଘରୋଇକରଣ ଯୋଗୁଁ ବିଦ୍ୟୁତ କ୍ଷେତ୍ରକୁ କେତେ ଲାଭ ଓ କେତେ କ୍ଷତି ହୋଇଛି ତାର ଯାଞ୍ଚ, ବିଗତ ୨୦ ବର୍ଷରେ ସରକାରୀ ପାଣ୍ଠିର ବିନିଯୋଗର ଯାଞ୍ଚ, ବିଦ୍ୟୁତ ସଂଶୋଧନ ନିୟମ ୨୦୨୦କୁ ପ୍ରତ୍ୟାହାର, କୋଲ ଇଣ୍ଡିଆର ଘରୋଇକରଣକୁ ବାତିଲ, ବିଜୁଳି ବ୍ୟବହାରକୁ ମୌଳିକ ଅଧିକାର ବୋଲି ବିଚାର କରିବା, ୱେସ୍କୋରେ ଦୀର୍ଘ ଦିନରୁ କାର୍ଯ୍ୟରତ ଆଉଟସୋର୍ସ କର୍ମଚାରୀ ମାନଙ୍କୁ ତୁରନ୍ତ ନିୟମିତ କରିବା, ୱେସ୍କୋର ଖାଲି ଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ ପାଇଁ ଦାବି କରାଯାଇଛି। ଯଦି ସରକାର ଦାବି ପୂରଣ ନ କରନ୍ତି ତାହା ହେଲେ ଗଣତାନ୍ତ୍ରିକ ମାଧ୍ୟମରେ ଆଗାମୀ ଦିନରେ ସଂଘ ତରଫରୁ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଲଳିତ କୁମାର ପଟ୍ଟନାୟକ, ପ୍ରଣୟ କୁମାର ନାୟକ, ଜଗନ୍ନାଥ ବାରିକ, ରଞ୍ଜିତ ଗୟା, ତମାଳ ମିଶ୍ର, ସୁବ୍ରତ ପଣ୍ଡା, ମାନସ ରାଉତ, ପ୍ରଦୀପ୍ତ ଖିଲାର, ପ୍ରଦୀପ୍ତ ପ୍ରଧାନ, ଦୁର୍ଗା ମାଧବ ପଣ୍ଡା, ନିରଞ୍ଜନ ପାଣିଗ୍ରାହୀ, ନଟ୍ଟୁ ଗୋପାଳ, ଧିରେନ ଦାନୀ, ଦିବ୍ୟ ଲୋଚନ ସାହୁ, ସୁନୀଲ ସିଂହ, ସୁଶୀଲ ସେଠ, ରଞ୍ଜିତ ମହାପାତ୍ର, ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories