www.samajalive.in
Tuesday, December 9, 2025
15.1 C
Bhubaneswar

“ସମାଜ” ପ୍ରଭାବ: ଆରଏମ୍‍ସିର ଉତ୍ତରଫାଟକ ନିକଟରେ ସଫେଇ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକା ଗାନ୍ଧୀନଗର ଅଞ୍ଚଳର ନିୟନ୍ତ୍ରୀତ ବଜାର କମିଟି(ଆରଏମସି)ର ମୁଖ୍ୟ ଉତ୍ତରଫାଟକ ଆଗରେ ନାଳର ନର୍ଦ୍ଦମା ଅଳିଆ ପାଣି ପ୍ରଭାବିତ ହୋଇ ଜନସାଧାରଣ ହଇରାଣ ହରକତ ହେଉଥିବା ସଂପର୍କୀତ ସବିଶେଷ ଖବର ଗତ ୬ ତାରିଖ “ସମାଜ”ର ସହର ସମସ୍ୟା ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ଏହାକୁ ନେଇ କେତେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‍ କରି ଅଭିଯୋଗ କରିଥିଲେ। ଏହାପରେ ପୌରପାଳିକାର ଦିନ ଭାଙ୍ଗିଛି। ଗତ ଦୁଇଦିନ ହେଲା ବୁଲଡୋଜର୍‍ ସାହାର୍ଯ୍ୟରେ ନାଳ ଖୋଳିବା ସହ ପୋତି ହୋଇଥିବା ନାଳକୁ ସଫା କରାଯାଉଛି। ଏହି ଅଞ୍ଚଳବାସୀ ବାରମ୍ବାର ପୌରପାଳିକା ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନଥିଲା। “ସମାଜ”ରେ ଏ ସଂପର୍କୀତ ସବିଶେଷ ଖବର ସଚିତ୍ର ପ୍ରକାଶିତ ହେବା ପରେ ପୌରପାଳିକା ଚେଇଁ ଉଠିଛି। ସହରରେ ଅଳିଆ ଆବର୍ଜନା ବୃଦ୍ଧି ପାଉଥିଲେ ମଧ୍ୟ ସାହି ବାସିନ୍ଦାମାନେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତେବେ ଖବର ପ୍ରକାଶିତ ପରେ ସାହିବାସିନ୍ଦାମାନେ “ସମାଜ” କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories