www.samajalive.in
Saturday, December 6, 2025
16.1 C
Bhubaneswar

ଦଶମ ବୋର୍ଡ ପରୀକ୍ଷାରେ ସଫଳତା ପାଇଁ ‘ସମାଜ’ ମାଟ୍ରିକ ମନ୍ତ୍ର

କଟକ: ୨୦୨୪-୨୫ ଶିକ୍ଷାବର୍ଷ ଦଶମ ବୋର୍ଡ ପରୀକ୍ଷାରେ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ‘ସମାଜ’ ପୁଣି ଭେଟି ଦେଉଛି ‘ମାଟ୍ରିକ ମନ୍ତ୍ର’। ପୂର୍ବରୁ ଏହା ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ବେଶ୍‍ ଆଦୃତ ହୋଇଥିଲା। ଏ ପ୍ରକାର ଆଦର୍ଶ ପ୍ରଶ୍ନ ଓ ଉତ୍ତର ପିଲାମାନଙ୍କୁ ବହୁମାତ୍ରାରେ ସହାୟକ ହୋଇଥିବାରୁ ଚଳିତବର୍ଷ ପୁଣି ଥରେ ଏହାକୁ ପରୀକ୍ଷା ପର୍ଯ୍ୟନ୍ତ ନିୟମିତ ପ୍ରକାଶନ ପାଇଁ ବିଦ୍ୟାର୍ଥୀ ଏବଂ ଅଭିଭାବକ ମତ ଦେଇଛନ୍ତି। ସେମାନଙ୍କ ମତାମତକୁ ସମ୍ମାନ ଜଣାଇ ଚଳିତବର୍ଷ ପରୀକ୍ଷା ପାଇଁ ପ୍ରସ୍ତୁତି, ପରୀକ୍ଷା ହଲ୍‍ରେ ଉତ୍ତର ଲେଖିବାର ନମୁନା ଇତ୍ୟାଦି ସହ ଉପାଦେୟ ଟିପ୍‍ପଣୀ ସହ ‘ମାଟ୍ରିକ ମନ୍ତ୍ର’ ପୁନଃ ପ୍ରକାଶ ପାଇଁ ସ୍ଥିର କରାଯାଇଛି। ଅଭିଜ୍ଞ ଶିକ୍ଷକମଣ୍ଡଳୀ ଦ୍ୱାରା ପ୍ରସ୍ତୁତ ଏହି ‘ମାଟ୍ରିକ୍‍ ମନ୍ତ୍ର’ ଦୈନିକ ‘ସମାଜ’ ପୃଷ୍ଠାରେ ଚଳିତ ସପ୍ତାହରୁ ନିୟମିତ ପ୍ରକାଶ ପାଇବ। ଆଗ୍ରହୀ ବିଦ୍ୟାର୍ଥୀ ଏବଂ ଅଭିଭାବକମାନେ ଏହାକୁ ନିୟମିତ ପାଇବା ପାଇଁ ‘ସମାଜ’ର ବିତରକ, ଖବରଦାତା କିମ୍ବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ। ସର୍ବଶେଷରେ ଆଗାମୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ଭବିଷ୍ୟତ ଜୀବନର ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories