www.samajalive.in
Tuesday, December 9, 2025
16.1 C
Bhubaneswar

ଦଶମ ବୋର୍ଡ ପରୀକ୍ଷାରେ ସଫଳତା ପାଇଁ ‘ସମାଜ’ ମାଟ୍ରିକ ମନ୍ତ୍ର

କଟକ: ୨୦୨୪-୨୫ ଶିକ୍ଷାବର୍ଷ ଦଶମ ବୋର୍ଡ ପରୀକ୍ଷାରେ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ‘ସମାଜ’ ପୁଣି ଭେଟି ଦେଉଛି ‘ମାଟ୍ରିକ ମନ୍ତ୍ର’। ପୂର୍ବରୁ ଏହା ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ବେଶ୍‍ ଆଦୃତ ହୋଇଥିଲା। ଏ ପ୍ରକାର ଆଦର୍ଶ ପ୍ରଶ୍ନ ଓ ଉତ୍ତର ପିଲାମାନଙ୍କୁ ବହୁମାତ୍ରାରେ ସହାୟକ ହୋଇଥିବାରୁ ଚଳିତବର୍ଷ ପୁଣି ଥରେ ଏହାକୁ ପରୀକ୍ଷା ପର୍ଯ୍ୟନ୍ତ ନିୟମିତ ପ୍ରକାଶନ ପାଇଁ ବିଦ୍ୟାର୍ଥୀ ଏବଂ ଅଭିଭାବକ ମତ ଦେଇଛନ୍ତି। ସେମାନଙ୍କ ମତାମତକୁ ସମ୍ମାନ ଜଣାଇ ଚଳିତବର୍ଷ ପରୀକ୍ଷା ପାଇଁ ପ୍ରସ୍ତୁତି, ପରୀକ୍ଷା ହଲ୍‍ରେ ଉତ୍ତର ଲେଖିବାର ନମୁନା ଇତ୍ୟାଦି ସହ ଉପାଦେୟ ଟିପ୍‍ପଣୀ ସହ ‘ମାଟ୍ରିକ ମନ୍ତ୍ର’ ପୁନଃ ପ୍ରକାଶ ପାଇଁ ସ୍ଥିର କରାଯାଇଛି। ଅଭିଜ୍ଞ ଶିକ୍ଷକମଣ୍ଡଳୀ ଦ୍ୱାରା ପ୍ରସ୍ତୁତ ଏହି ‘ମାଟ୍ରିକ୍‍ ମନ୍ତ୍ର’ ଦୈନିକ ‘ସମାଜ’ ପୃଷ୍ଠାରେ ଚଳିତ ସପ୍ତାହରୁ ନିୟମିତ ପ୍ରକାଶ ପାଇବ। ଆଗ୍ରହୀ ବିଦ୍ୟାର୍ଥୀ ଏବଂ ଅଭିଭାବକମାନେ ଏହାକୁ ନିୟମିତ ପାଇବା ପାଇଁ ‘ସମାଜ’ର ବିତରକ, ଖବରଦାତା କିମ୍ବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ। ସର୍ବଶେଷରେ ଆଗାମୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ଭବିଷ୍ୟତ ଜୀବନର ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories