www.samajalive.in
Sunday, December 7, 2025
13.1 C
Bhubaneswar

ନାଗାବଳୀରେ ହେବ ଆନ୍ଧ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ : ରାୟଗଡା ଭୋଗିବ ଜଳ କଷ୍ଟ

ରାୟଗଡ଼ା : ଆନ୍ଧ୍ର ଶୋଷିବ ନଦୀ ଜଳ। ରାୟଗଡ଼ା ଜିଲା ଦେଖିବ ଜଳ ସଙ୍କଟ। ରାୟଗଡ଼ା ଜିଲାବାସୀଙ୍କ ମନରେ ଏବେଠୁଁ ଘାରିଲାଣି ଭୟ। କାରଣ ନାଗାବଳୀ ନଦୀରେ ଆନ୍ଧ୍ରର ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଉକ୍ତ ପ୍ରକଳ୍ପ ନିର୍ମାଣ ନେଇ ଆନ୍ଧ୍ର ରାଜ୍ୟ କ୍ୟାବିନେଟ କମିଟି ମୋହର ମାରିଛି। ରାୟଗଡ଼ା ଜିଲା କେରେଡ଼ା ପଞ୍ଚାୟତଠାରୁ ୧୮କିମି ଦୂର ଆନ୍ଧ୍ର ସୀମାନ୍ତ ନାଗାବଳୀରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତି ହୋଇଛି। ଯାହାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହି ପ୍ରକଳ୍ପ ନିର୍ମାଣ ହେଲେ ରାୟଗଡ଼ା ଜିଲାରେ ଜଳ ସଙ୍କଟ ଉତ୍କଟ ନେଇ ଆଶଙ୍କା ପ୍ରକାଶ ପାଇଛି। ୨୫୬ କିମି ଦୂର ପର୍ଯ୍ୟନ୍ତ ନାଗାବଳୀ ଲମ୍ବିଛି। ଆନ୍ଧ୍ର ଦେଇ ୯୫ କିମି ପ୍ରବାହିତ ହେଉଛି। ଅବଶିଷ୍ଟ ୧୬୧ କିମି ରାୟଗଡ଼ା ଜିଲାରେ ପ୍ରବାହିତ ହେଉଛି। ଜଳ ପରିଚାଳନାରେ ରାୟଗଡ଼ା ଜିଲା ପ୍ରଶାସନ ବିଫଳ ହୋଇଛି। ନାଗାବଳୀରେ ଓଡ଼ିଶା ପକ୍ଷରୁ କୌଣସି ନୂତନ ପ୍ରକଳ୍ପ ନିର୍ମାଣ ହୋଇପାରୁ ନାହିଁ। ବାର୍ଷିକ ହାରାହାରି ୩୦ ହଜାରରୁ ଅଧିକ ଘନମିଟର ଜଳ ନଦୀରେ ପ୍ରବାହିତ ହେଉଥିଲେ ମଧ୍ୟ କେବଳ ସୁରକ୍ଷା ବନ୍ଧ ନିର୍ମାଣରେ କାର୍ଯ୍ୟକ୍ରମ ସୀମିତ ରହିଛି। ନଦୀରେ ୪୪ ଟିଏମ୍‌ସି ଜଳ ପ୍ରବାହିତ ହେଉଛି। ଆନ୍ତଃରାଜ୍ୟ ଚୁକ୍ତି ଅନୁସାରେ ଓଡ଼ିଶା ୨୮ ଟିଏମ୍‌ସି ଜଳ ବ୍ୟବହାର କରିବା କଥା। ଅବଶିଷ୍ଟ ୧୬ ଟିଏମ୍‌ସି ଜଳ ଆନ୍ଧ୍ର ବ୍ୟବହାର ନେଇ ଚୁକ୍ତି ସ୍ବାକ୍ଷର ହୋଇଛି। ପୁଣି ଆନ୍ଧ୍ରର ତୋଟାପାଲ୍ଲୀ ଜଳଭଣ୍ଡାରରେ ଜଳ ସଂରକ୍ଷଣ କ୍ଷମତା ୨.୫ ଟିଏମ୍‌ସି ଅଛି। ଗତକାଲି ତୋଟାପାଲ୍ଲୀ ଜଳ ଭଣ୍ଡାରଠାରୁ କିଛି ଦୂରରେ ୨.୭ ମେଗାୱାଟ ବିଶିଷ୍ଟ ଉକ୍ତ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ଆଗତ କରାଯାଇଛି। ସେହି ଜଳଭଣ୍ଡାରରୁ ହାରାହାରି ୩୦ ହଜାରରୁ ୪୦ ହଜାର କ୍ୟୁସେକ୍‌ ଜଳ ବ୍ୟବହାର କରାଯାଇ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହୋଇପାରିବ ବୋଲି ତୋଟାପାଲ୍ଲୀ ଜଳଭଣ୍ଡାରର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଟି ରଘୁନାଥ ପ୍ରକାଶ କରିଛନ୍ତି।
ଏପଟେ ଅଣମୌସୁମୀ ସମୟରେ ନାଗାବଳୀର ଜଳଧାରଣ କ୍ଷମତା, ୧.୬୧୪.୮୧ ଘନ ମିଟର ରହୁଛି। ଦିନକୁ ଦିନ ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ନଦୀ ଅବବାହିକାରେ ରହିଥିବା ୨୦ରୁ ୨୨ଟି ଗ୍ରାମର ଲୋକ ଜଳକଷ୍ଟ ଭୋଗ କରୁଛନ୍ତି। ନାଗାବଳୀ ଜଳକୁ ବ୍ୟବହାର କିମ୍ବା ନିୟନ୍ତ୍ରଣ ପାଇଁ ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ କୌଣସି ଭିତ୍ତିଭୂମି ନାହିଁ। ଆନ୍ଧ୍ର ଏହାର ଭରପୁର ସୁବିଧା ନେଉଛି।
ସେହି ନଦୀରେ ପୂର୍ବରୁ ଅନେକ ଜଳ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ପ୍ରାୟ ୫୭ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେଉଛି। ଓଡ଼ିଶା ସୀମାରେ ଜମି ପଡ଼ିଆ ପଡ଼ିଛି। ଅନେକ ଉଠା ଜଳ ସେଚନ ପ୍ରକଳ୍ପ ନଦୀରୁ ଜଳ ଉଠେଇବା କ୍ଷମତା ହରାଇ ବସିଛି। ଜଳବାୟୁ ପରିବର୍ତ୍ତନ, ଅନେକ ଭୌଗୋଳିକ ସ୍ଥିତିରୁ ନଦୀରୁ ଜଳଉତ୍ସ ହ୍ରାସ ପାଉଛି। ସୀମାରେ ଆନ୍ଧ୍ରର ନିର୍ମାଣ ହେବାକୁ ଥିବା ଜଳ ବିଦ୍ୟୁତ୍ ପ୍ରକଳ୍ପ ରାୟଗଡ଼ା ଜିଲାରେ ଜଳ ସଙ୍କଟ ଆଣିବ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି। ରାୟଗଡ଼ା ଜିଲାର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଅନେକ ପ୍ରସ୍ତାବ ଆଗତ ହୋଇଛି। ପୁଣି ଆନ୍ଧ୍ରର ଜଳବିଦ୍ୟୁତ୍‌ ପ୍ରକଳ୍ପ ବାବଦରେ ଅନୁଧ୍ୟାନ ଆବଶ୍ୟକ ବୋଲି ନାଗାବଳୀ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ନାରାୟଣ କାଶ୍ୟପ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories