www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଭିଡିଓ : ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ନୂଆ ନିର୍ଦେଶାବଳୀ ମୁତାବକ ଭକ୍ତ,ସେବାୟତ,ପୁଲିସ କର୍ମଚାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବାର ବାରଣ ରହିଛି। କିନ୍ତୁ ନିର୍ଦେଶନାମାର ମାତ୍ର ୨ଦିନ ପରେ ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ପୁଲିସର ପାରିବାପଣିଆ ପଦାରେ ପଡ଼ିଛି। ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ। ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି। ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କ ବିହାରୀ ଅନନ୍ତ ଇନଷ୍ଟାଗ୍ରାମ ଓ ଫେସବୁକ୍‌ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ କାହା ସହାୟତାରେ ମୋବାଇଲ ଫୋନ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତର ବେଢ଼ାର ଭିଡିଓ ଉତ୍ତୋଳନ କରି ପ୍ରଘଟ କଲେ ତା’କୁ ନେଇ ଜଗନ୍ନାଥପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ବହୁ କର୍ମଚାରୀ, ସେବାୟତ, ଜେଟିପି ଉପସ୍ଥିତ ରହୁଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଫଟୋ ଓ ଭିଡିଓରେ ପ୍ରଘଟ କରିଥିବା ବ୍ୟକ୍ତି କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଶ୍ରୀମନ୍ଦିରରେ ପ୍ରବେଶ କରି ଭୟହୀନ ଭାବେ ଏଭଳି କାର୍ଯ୍ୟ କରିବାକୁ ସାହସ ଜୁଟାଇ ପାରିଛନ୍ତି। ସେହି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭିଡିଓ ପ୍ରଘଟ ଘଟଣାର ପର୍ଦାଫାସ ହୋଇ ପାରିବ ବୋଲି ଶ୍ରଦ୍ଧାଳୁମାନେ ଆଶା ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଜାନୁଆରୀ ୫ ତାରିଖ ଭୋରୁ ଶ୍ରୀମନ୍ଦିର ନିକଟରେ ଡ୍ରୋନ୍ ଉଡ଼ିଥିଲା। ସେହିପରି ୧୨ ତାରିଖରେ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଡ୍ରୋନ ଉଡ଼ାଇଥିବା ବ୍ୟକ୍ତିକୁ ବର୍ତ୍ତମାନ ସୁଦ୍ଧା ପୁଲିସ ଧରିପାରି ନାହିଁ। ଏହି ୩ଟି ଘଟଣା ଜଣାପଡ଼ିବା ପରେ ଭକ୍ତ ଏବଂ ସେବାୟତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପୂର୍ବରୁ ୨୦୨୪ ଫେବୃଆରୀ ଏବଂ ଜୁଲାଇ ମାସରେ ଶ୍ରୀମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ପ୍ରଥମେ ଜନି ଦତ୍ତ ଏବଂ ପରେ ନିଖିଲ ଗିରି ନାମକ ଯୁବକ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମରେ ଛାଡ଼ିଥିଲେ । ଶ୍ରୀମନ୍ଦିର ଆନନ୍ଦ ବଜାର ସହ ଶ୍ରୀମନ୍ଦିର ଭିତର ବେଢ଼ା,ବଟବୃକ୍ଷ ସହ ଅନ୍ୟ ମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ନଜରକୁ ଆସିଥିଲା। ଆଜିର ଘଟଣା ପୁରୀ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories