www.samajalive.in
Saturday, December 6, 2025
16.1 C
Bhubaneswar

ବାସ୍ତୁ ଦୋଷ ଦୂର କରେ ଲୁଣ

ଖାଦ୍ୟ ପ୍ରସ୍ତୁତିରେ ଲୁଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଲୁଣ ବିନା ସମସ୍ତ ଖାଦ୍ୟ ସ୍ୱାଦ ହୀନ ହୋଇଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା କେବଳ ଖାଦ୍ୟରେ ବ୍ୟବହୃତ ହୁଏ ନାହିଁ ବରଂ ଲୁଣର ବ୍ୟବହାର ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ମା’ ଲକ୍ଷ୍ମୀଙ୍କ ନିବାସ ବା ପିତ୍ରାଳୟ ଭାବେ ସମୁଦ୍ରକୁ ଗ୍ରହଣ କରାଯାଇଛି। ଲୁଣ ମଧ୍ୟ ସମୁଦ୍ରରୁ ପ୍ରାପ୍ତ ହୋଇଥାଏ। ତେଣୁ ଏହା ଦେବୀ ଲକ୍ଷ୍ମୀଙ୍କ ତୁଲ୍ୟ ସମ୍ମାନାସ୍ପଦ। ତେବେ ଚାଲନ୍ତୁ ଜାଣିବା ଲୁଣ ସାହାଯ୍ୟରେ କିପରି ବାସ୍ତୁଦୋଷ ଦୂର କରିହେବ –

ଲୁଣ ମୁଣି – ଝିଅ ବିବାହ କରି ବିଦା ହେବା ସମୟରେ ଲୁଣର ମୁଣି ବା ପୁଡିଆଟିଏ ତା’ ହାତରେ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଓ ଆପଣଙ୍କ ଝିଅ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହେବ। ଉଭୟ ପରିବାରକୁ ଲକ୍ଷ୍ମୀଙ୍କ ଆଗମନ ହେବ।

- Advertisement -

ଗାଧୁଆ ପାଣିରେ ଲୁଣ – ପ୍ରତିଦିନ ଗାଧୋଇବା ବେଳେ ଗାଧୁଆ ପାଣିରେ ଚିମୁଟାଏ ଲୁଣ ପକାଇ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଆସିଥିବା ନକାରାତ୍ମକ ଶକ୍ତିମାନେ ନଷ୍ଟ ହୋଇଥା’ନ୍ତି।

ରାତିରେ ଘରେ ଲୁଣ ସିଞ୍ଚନ କରନ୍ତୁ – ରାତିରେ ଶୋଇବାକୁ ଯିବା ପୂର୍ବରୁ ସବୁ ଘରେ ଅଳ୍ପ ଲୁଣ ସିଞ୍ଚି ଦିଅନ୍ତୁ ଆଉ ସକାଳୁ ଝାଡୁ କରି ଏହି ଲୁଣକୁ ଧୂଳି ସହ ବାହାରକୁ ଫିଙ୍ଗି ଦିଅନ୍ତୁ। ଏମିତି କଲେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରି ନ ଥାଏ।

ଲୁଣ ପାଣିରେ ଗୋଡ଼ ବୁଡ଼ାନ୍ତୁ – ପ୍ରତିଦିନ ୨୦ ମିନିଟ୍ ପର୍ୟ୍ୟନ୍ତ ଲୁଣ ପାଣିରେ ଗୋଡ ବୁଡାଇ ରଖନ୍ତୁ, ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories