www.samajalive.in
Sunday, December 7, 2025
16.1 C
Bhubaneswar

ଏହି ହୋଟେଲ ହେବ କି ଦୀପିକା ଓ ରଣବୀରଙ୍କ ବିବାହ ?

ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକନ୍ ଓ ରଣବୀର ସିଂ ଆସନ୍ତା ୧୪-୧୫ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୀପାବଳିର ଠିକ୍ ୭ ଦିନ ପରେ ସେମାନଙ୍କ ବିବାହ ଇଟାଲିର ଏକ କେମୋ ହ୍ରଦ ନିକଟରେ ଆୟୋଜିତ ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ବିଳାସପୂର୍ଣ୍ଣ ଭିଲା ଡେଲ ବାଲାଡିୟାନେଲୋ ରେ ଦୀପିକା ଓ ରଣବୀରଙ୍କ ବିବାହ ହୋଇପାରେ । ସମୁଦ୍ର ଓ ଇନ୍ଦ୍ରଧନୁରେ ସୌନ୍ଦର୍ଯ୍ୟମୟ ଏହି ଭିଲା ଆନ୍ତଜାର୍ତୀୟ ଖ୍ୟାତାନାମା ବ୍ୟକ୍ତିଙ୍କ ବିବାହ ସ୍ଥଳ ପାଲଟିଛି । ଏହି ହୋଟେଲର ଗୋଟିଏ ଦିନର ଭଡା ୮.୫ ଲକ୍ଷ ଟଙ୍କାରୁ ନେଇ ୨୫ ଲକ୍ଷ ପର୍ଯ୍ୟନ୍ତ ରହିଛି ।

- Advertisement -

ଏହି ବିବାହ ଉତ୍ସବରେ ପ୍ରାୟ ୩୦ ଜଣ ଅତିଥି ଯୋଗ ଦେବେ । ନଭେମ୍ବର ୧୪-୧୫ରେ ବିବାହ ପରେ ଡିସେମ୍ବର ୧ରେ ଭାରତରେ ବିବାହ ଭୋଜି ଅନୁଷ୍ଠିତ ହେବ ବୋଲ ବୋଲି ସୂଚନା ମିଳିଛି ।

ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୀପିକା ପାଦୁକନ୍ ଓ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ନିକଟରେ ସେମାନେ ବିବାହ ତାରିଖ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ନମସ୍ତେ ଇଂଲଣ୍ଡ ଷ୍ଟାର ଅର୍ଜୁନ୍ କାପୁରଙ୍କୁ ଏହି ବିବାହ ପାଇଁ ଆମନ୍ତ୍ରଣ କରିଯାଇ ଥିବା ଜଣାପଡିଛି । ଅର୍ଜୁନ କାପୁରଙ୍କ ଫିଲ୍ମ ଇଂଲଣ୍ଡ ନିକଟରେ ରିଲିଜ ହୋଇଛି । ଏଥିରେ ଅର୍ଜୁନ୍ କାପୁର ପରିଣୀତି ଚୋପ୍ରାଙ୍କ ସହ ନଜର ଆସିଛନ୍ତି ।

ରିପୋର୍ଟ ଅନୁଯାୟୀ, ବଲିଉଡର କିଙ୍ଗ ଖାନ୍ ଏହି ବିବାହ ଉତ୍ସବରେ ନିମନ୍ତ୍ରଣ କରାଯାଇଛି । ଏବେ ଶାହାରୁଖା ନିଜର ଆଗାମୀ ଫିଲ୍ମ ଜିରୋ ସୁଟିଂରେ ବ୍ୟସ୍ତ ରହିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories