www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ସମନ୍‍

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ସୀମାରେ ଅନୁପ୍ରବେଶ ଉଦ୍ୟମ ଏବଂ ଭାରତୀୟ ସେନାର ତିନି ସୈନ୍ୟଙ୍କ ମୃତ୍ୟୁକୁ ନେଇ ଭାରତ ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ସମନ୍‍ ଜାରି କରି ପ୍ରତିବାଦ ଜଣାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଦିଲ୍ଲୀସ୍ଥିିତ ପାକିସ୍ତାନ ଉଚ୍ଚାୟୁକ୍ତର ଜଣେ ବରିଷ୍ଠ ଅଧିକାରୀଙ୍କୁ ଜାମ୍ମୁ କାଶ୍ମୀର ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ନେଇ ପ୍ରତିବାଦ ଜଣାଯାଇଛି। ଉଲ୍ଲେଖ ଯେ ଅକ୍ଟୋବର ୨୧ରେ ଜାମ୍ମୁ କାଶ୍ମୀରର ଦୁନ୍ଦରବନି ସେକ୍ଟେର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସେଠାରେ ମୁତୟନ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା । ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିଲାବେଳେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।

ମନ୍ତ୍ରାଳୟ ପକ୍ଷରୁ ସମନ୍ କରାଯାଇ ପାକିସ୍ତାନ ସରକାର ନିଜ ନାଗରିକଙ୍କ ଶବକୁ ଫେରାଇ ନେଉ ବୋଲି କୁହାଯାଇଛି। ଏହାସହ ପାକିସ୍ତାନର ଏଭଳି କାର୍ଯ୍ୟର କଡ଼ା ନିନ୍ଦା କରାଯାଇଥିଲା। ପାକିସ୍ତାନ ସେନା ପକ୍ଷରୁ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୨୦୦୩ ଅସ୍ତ୍ରବିରତି ବୁଝାମଣାକୁ ପାକିସ୍ତାନ ପାଳନ ନକରି ଉଲ୍ଳଙ୍ଘନ କରିଚାଲିଛି। କେବଳ ୨୦୧୮ରେ ଜାମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ୧,୫୯୧ ଥର ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଛି। ଭାରତ ଏହାର କଡ଼ା ନିନ୍ଦା କରୁଛି ଓ ଦୃଢ ପ୍ରତିବାଦ ଜଣାଉଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories