www.samajalive.in
Saturday, December 6, 2025
14.1 C
Bhubaneswar

ଡ୍ରଗ୍ସ ସହ ଅଭିନେତା ଏଜାଜ ଖାନ ଗିରଫ

ମୁମ୍ବଇ : ବିବାଦୀୟ ମନ୍ତବ୍ୟ ପାଇଁ ଖ୍ୟାତ ଅଭିନେତା ଏଜାଜ ଖାନଙ୍କୁ ଡ୍ରଗ୍ସ ସହ ନଭି ମୁମ୍ବଇ ପୁଲିସ୍‍ ସୋମବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ ନିଷେଧ ଡ୍ରଗ୍ସ (ଏକ୍ସଟେସି)ର ୮ଟି ବଟିକା (୨.୩ ଗ୍ରାମ) ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୨.୨ରୁ ୨.୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏଜାଜଙ୍କ ମୋବାଇଲ ଫୋନ୍‍ ମଧ୍ୟ ଜବତ କରାଯାଇଛି।
ଉଲ୍ଲେଖ ଯେ ବିବିାଦୀୟ ଟିଭି କାର୍ଯ୍ୟକ୍ରମ ‘ବିଗ୍‍ ବସ୍‍’ର ସଂସ୍କରଣ- ୭ରେ ସାଥୀ ପ୍ରତିଯୋଗୀଙ୍କ ସହ ଗଣ୍ଡଗୋଳ କରି ଏଜାଜ ଚର୍ଚ୍ଚାକୁ ଆସିଥିଲେ। ପୁଲିସ୍‍ ସୂଚନା ଅନୁସାରେ ଗିରଫ ସମୟରେ ଏଜାଜ ନିଶାସକ୍ତ ଅବସ୍ଥାରେ ଥିଲେ। ତାଙ୍କୁ ନଭି ମୁମ୍ବଇ ପୁଲିସ୍‍ର ନାର୍କୋଟିକ୍ସ ଶାଖା ଗିରଫ କରିଛି। ପୁଲିସ୍‍କୁ ନଭି ମୁମ୍ବଇର ଏକ ହୋଟେଲରେ ରେଭ ପାର୍ଟି ଚାଲୁଥିବା ଖବର ମିଳିଥିଲା। ସୂଚନା ଆଧାରରେ ପୁଲିସ୍‍ ଚଢାଉ କରିଥିଲା। ସେଠାରୁ ଡ୍ରଗ୍ସ ସହ ଏଜାଜଙ୍କୁ ଗିରଫ କରାଯାଇଛି। ଏଜାଜ ‘ରକ୍ତ ଚରିତ୍ର’, ‘ନାୟକ’ ଏବଂ ‘ୟା ରବ’ ଭଳି ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଏହାସହ ଏଜାଜ ‘ବିଗ୍‍ ବସ୍‍ ସଂସ୍କରଣ-୭’, ‘କମେଡି ନାଇଟ୍ସ ୱିଥ୍‍ କପିଲ’, ‘କରମ ଆପନା-ଆପନା’, ‘କାହାନୀ ହମାରେ ମହାଭାରତ କି’ ଏବଂ ‘ରହେ ତେରେ ଆର୍ଶୀବାଦ’ ଭଳି ସିରିଆଲରେ ମଧ୍ୟ ନଜର ଆସିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories