ମୁହଁ ଖୋଲିଲେ ସଲମାନ ଖାନ, କହିଲେ ଭଗବାନ-ଅଲ୍ଲାହ ଅଛନ୍ତି

ଡେସ୍କ: ଆଗାମୀ କିଛି ଦିନରେ ମୁକ୍ତିଲାଭ କରିବାକୁ ଯାଉଛି ସଲମାନ ଖାନ ଅଭିନୀତ ସିକନ୍ଦର ଚଳଚ୍ଚିତ୍ର ।ଏଥିରେ ତାଙ୍କର ଆକ୍ସନ ଅବତାର ଦେଖିବାକୁ ମିଳିବ। ସଲମାନଙ୍କ ପ୍ରତ୍ୟକ ଡାଇଲଗ କହିବାର ଶୈଳୀ, ଫୁଲ ଅନ ଆକ୍ସନ ଏବଂ ସଲମାନ-ରଶ୍ମିକାଙ୍କ କେମିଷ୍ଟ୍ରୀ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଏହାରି ମଧ୍ୟରେ ସଲମାନ ଫିଲ୍ମ ସିକନ୍ଦରର ପ୍ରମୋଶନ ଅବସରରେ ପ୍ରଥମଥର ଧମକ ପାଇବା ମାମଲାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ।

ସଲମାନ ଖାନ ଫିଲ୍ମ ସିକନ୍ଦରର ପ୍ରମୋଶନ ସମୟରେ ସାମ୍ବାଦିକମାନେ ପଚାରିଥିଲେ, ତୁମେ ଧମକକୁ ଭୟ କରୁନାହଁ। ଏହା ଉପରେ ସଲମାନ କହିଛନ୍ତି ଭଗବାନ-ଅଲ୍ଲାହ ସବୁ ତାଙ୍କ ଉପରେ ଅଛନ୍ତି। ଯେତେ ବୟସ ଲେଖା ହୋଇଛି, ସେତେ ଲେଖା ଅଛି। ବେଳେବେଳେ ଏତେ ଏତେ ଲୋକଙ୍କୁ ସାଙ୍ଗରେ ନେବାକୁ ପଡେ। ବାସ ତାହା ହେଉଛି ସମସ୍ୟା।

ସଲମାନ ମୁମ୍ବାଇର ତାଜ ଲ୍ୟାଣ୍ଡସ ଏଣ୍ଡ ହୋଟେଲରେ ଗଣମାଧ୍ୟମ ସହ ଭେଟିଥିଲେ। ଏଥର ମଧ୍ୟ ତାଙ୍କ ଚାରିପାଖରେ ଆହୁରି କଡା ସୁରକ୍ଷା ଥିଲା। ଗତ କଛି ମାସରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ଠାରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।

ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବ ‘ସିକନ୍ଦର’। ପିଲ୍ମରେ ରଶ୍ମିକା ମନ୍ଦାନା, କାଜଲ ଅଗ୍ରୱାଲ, ପ୍ରତୀକ ବବ୍ୱର ଏବଂ ଦକ୍ଷିଣ ଅଭିନେତା ସତ୍ୟରାଜ ମଧ୍ୟ ଅଛନ୍ତି।

Comments are closed.