ବିଗ.ବି-ସଲମନ-ଅକି ବଲିଉଡ ର ସଫଳ ଉପସ୍ଥାପକ

0

ସଲମନ ଖାନ- ଦୀର୍ଘ ଆଠ ବର୍ଷପରେ ଅଭିନେତା ସଲମନ ଖାନ ଲୋକପ୍ରିୟ ରିଆଲିଟି ସୋ ‘ଦଶ କା ଦମ’ ର ତୃତୀୟ ସଂସ୍କରଣରେ ନଜର ଅସିବେ । ମେ ୧୭-୧୯ ତାରିଖ ମଧ୍ୟରେ ସୋ ର ପ୍ରଥମ ଏପିସୋଡ ସୁଟିଙ୍ଗ ହେବାର ସୂଚନା ମିଳିଛି । ‘ଦଶ କା ଦମ’ ର ପ୍ରଥମ ଏବଂ ଦ୍ୱିତୀୟ ସଂସ୍କରଣ ସଲମନ ଉପସ୍ଥାପନା କରିଥିିଲେ । ବହୁତ ବର୍ଷ ପରେ ଅଭିନେତା ସଲମନ ଖାନ ଦୁଇଟି ସୋ ର ଉପସ୍ଥାପକ ରୂପେ ଦର୍ଶକଙ୍କର ମନୋରଞ୍ଜନ କରିବେ । ସଲମନ ‘ଦଶ କା ଦମ’ କରିବା ସହ ଲୋକପ୍ରିୟ ରିଆଲିଟି ସୋ ‘ବିଗ ବସ’ ର ମଧ୍ୟ ଉପସ୍ଥାପକ ରୁପେ ଦର୍ଶକ ଙ୍କୁ ଖୁବ ଆନନ୍ଦିତ କରିଛନ୍ତି । କିଛି ଲୋକପ୍ରିୟ କଳାକାର ବିଭିନ୍ନ ଟେଲିଭିଜନ ରିଆଲିଟି ସୋ’ର ଉପସ୍ଥାପକ ରୂପେ କାର୍ଯ୍ୟ କରିଛନ୍ତି, ଚାଲନ୍ତୁ ଜାଣିବା କେଉଁ କେଉଁ କଳାକାର ଉପସ୍ଥାପକ ରୂପେ ସଫଳ ହୋଇଛନ୍ତି ।
ଅମିତାଭ ବଚ୍ଚନ୍‌- ବଲିଉଡ ଲୋକପ୍ରିୟ ଏବଂ ସଫଳ ଅଭିନେତା ଅମିତାଭ ବଚ୍ଚନ୍‌ ନିଜର ଅଭିନୟ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି । ୨୦୦୦ ମସିହାରେ ଅମିତାଭ ନିଜର ପ୍ରଥମ ଟିଭି ସୋ କୋନ ବନେଗା କରୋଡପତି’ ର ଉପସ୍ଥାପକ ରୂପେ ସଫଳ ଯାତ୍ରା ଆରମ୍ଭ କରିଥିଲେ । ବିଗ ବି. କୋନ ବନେଗା କୋରୋଡପତି ସୋ ଉପସ୍ଥାପନା କରିବାସହ ‘ବିଗ ବସ’ ର ତୃତୀୟ ସଂସ୍କରଣ ଏବଂ ‘ୟୁଦ୍ଧ’ ର ଉପସ୍ଥାପନା କରିଛନ୍ତି ।
ଅମିର ଖାନ- ବଲିଉଡର ଲୋକପ୍ରିୟ ଅଭିନେତା ଅମିର ଖାନ ନିଜର ଅଭିନୟର ଯାଦୁରେ ଅନେକ ଲୋକଙ୍କୁ ବାନ୍ଧି ରଖିଛନ୍ତି । ଅଭିନେତା ଅମିର ‘ସତ୍ୟମେବ ଜୟତେ’ ର ଉପସ୍ଥାପକ ରୂପେ ଦର୍ଶକଙ୍କ ହୃଦୟସ୍ପର୍ଶ କରିଥଲେ । ଏହି କାର୍ଯ୍ୟକ୍ରମ ଏକ ସାମାଜିକ ସମସ୍ୟା ଆଲୋଚନା କରାଯାଏ ।
ଶାହାରୁଖ ଖାନ୍‌- ବଲିଉଡ ବାଦଶାହା ଶାହାରୁଖ ଖାନ ନିଜର ଟିଭି ସୋ ଉପସ୍ଥାପନା ମାଧ୍ୟମରେ ଲୋକମାନଙ୍କ ଭାଲପାଇବା ସାଉଁଟିଛନ୍ତି । ଅଭିନେତା ଶାହାରୁଖ ‘କୋନ ବନେଗା କରୋଡପତି’, ‘କ୍ୟାୟା ଆପ ପାଞ୍ଚବି ପାସ୍‌ ସେ ତେଜ ହେ’?, ‘ଇଣ୍ଡିଆ ପୁଛେଗା ସବସେ ଶାଣା କୋନ’?, ଏହିପରି ଅନେକ ଟିଭି ସୋ ର ଉପସ୍ଥାପନା ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି ।
ଅକ୍ଷୟ କୁମାର- ଅଭିନେତା ଅକ୍ଷୟ କୁମାର ମଧ୍ୟ ଟିଭି ରିଆଲିଟି ସୋ ଉପସ୍ଥାପନା କରିବାରେ ସଫଳ ହୋଇଛନ୍ତି । ଖାଦ୍ୟ ତିଆରି କାର୍ଯ୍ୟକ୍ରମ ‘ମାଷ୍ଟର ସେଫ୍‌ ଇଣ୍ଡିଆ’, ‘ଖତରୋଂ କି ଖିଲାଡି’, ‘ଡେୟାର ଟୁ ଡ୍ୟାନ୍ସ’, ଏହିଭଳି ଅନେକ ଟିଭି ରିଆଲିଟି ସୋ ର ଉପସ୍ଥାପକ ରୂପେ କାର୍ଯ୍ୟ କରିଛନ୍ତି ।

Leave A Reply