ମୁମ୍ବଇ : ୨୦୦୨ର ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ବିରୋଧରେ ଜାରି ଗିରଫ ପରୱାନାକୁ ଅଦାଲତ ରଦ୍ଦ କରିଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଜମାନତ ରାଶି ପୈଠ ନ କରିବାକୁ ନେଇ ଅଦାଲତ ସଲମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ତେବେ ଶନିବାର ସଲମାନ ଜମାନତ ରାଶି ପୈଠ କରିବା ପରେ ଅଦାଲତ ଗିରଫ ପରୱାନାକୁ ରଦ୍ଦ କରିଦେଇଥିଲେ।
ହିଟ୍ ଆଣ୍ଡ ରନ ମାମଲାରେ ବମ୍ବେ ହାଇକୋର୍ଟ ସଲମାନଙ୍କୁ ଦୋଷମୁକ୍ତ କରିଥିବାବେଳେ ରାଜ୍ୟ ସରକାର ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି।
ସଲମାନଙ୍କ ବିରୋଧରେ ଜାରି ଗିରଫ ପରୱାନା ରଦ୍ଦ
Popular Categories



