www.samajalive.in
Sunday, December 14, 2025
19.1 C
Bhubaneswar

‘ତୁରନ୍ତ ନ୍ୟାୟ ଦେବା ବିଚାର ବିଭାଗର ମୁଖ୍ୟ କର୍ତ୍ତବ୍ୟ’

ନୟାଗଡ଼ ଜିଲା କୋର୍ଟର ନୂତନ ଗୃହ ଉଦଘାଟିତ

ଅନୁଗୋଳ : ବିଚାର ବିଭାଗୀୟ ଅଧିକାରୀ ସଂଖ୍ୟା ସହ ଉନ୍ନତ ଭିତ୍ତିଭୂମି ନ୍ୟାୟପାଳିକାର ଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ। ରାଜ୍ୟରେ ଏହାର ଅଭାବ ରହିଛି। ନ୍ୟାୟ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବା ପକ୍ଷଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ହିଁ ବିଚାର ବିଭାଗର ମୁଖ୍ୟ କର୍ତ୍ତବ୍ୟ ଏବଂ ଏଥି ନିମିତ୍ତ ଓକିଲଙ୍କୁ ବିଶେଷତଃ ଯୁବ ଓକିଲଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ପଡ଼ିବ ବୋଲି ଶନିବାର ନୂତନ ଜିଲା କୋର୍ଟ କମ୍ପେ୍ଲକ୍ସ ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିନୀତ ଶରଣ ମତ ପ୍ରକାଶ କରିଛନ୍ତି।
ନ୍ୟାୟ ପ୍ରଦାନ କ୍ଷେତ୍ରରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଚାର ବିଭାଗର ଭୂମିକା ଅଧିକ ରହିଛି। ତ୍ୱରିତ ଏବଂ ସ୍ୱଚ୍ଛ ନ୍ୟାୟ ପ୍ରଦାନ ଦିଗରେ ଉଭୟ ବିଚାରପତି ଏବଂ ଓକିଲଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ବିଚାରପତି ଶ୍ରୀ ଶରଣ ପ୍ରକାଶ କରିଛନ୍ତି।
ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜିଲା କୋର୍ଟ କମ୍ପେ୍ଲକ୍ସକୁ ଶନିବାର ଜଷ୍ଟିସ୍‍ ଶରଣ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟତମ ଜଷ୍ଟିସ୍‍ ଡଃ ଅକ୍ଷୟ କୁମାର ରଥ ଏବଂ ଡଃ ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ନ୍ୟାୟାଧିଶଙ୍କ ପତ୍ନୀ ଉମା ଶରଣ, ଜିଲା ଜଜ୍‍ ସଞ୍ଜୟ କେଶରୀ ସ୍ୱାଇଁ, ବାର ଆସୋସିଏସନ ସଭାପତି ଦିଲୀପ ଦାସ, ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଓକିଲ ସଂଘର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। କୋର୍ଟ ବିଲ୍ଡିଂର ଉଦ୍‍ଘାଟନ ପରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଗୋଳ ବାର୍‍ ଆସୋସିଏସନ ପକ୍ଷରୁ ଆୟୋଜିତ ଉଦ୍‍ଘାଟନୀ ସଭାରେ ଉଚ୍ଚ ନ୍ୟାୟାଳୟର ୩ ଜଣ ବିଚାରପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଜଷ୍ଟିସ୍‍ ଷଡ଼ଙ୍ଗୀ ବିଚାରାଳୟ ପରିସରରେ ନ୍ୟାୟ ପାଇଁ ଘୂରି ବୁଲୁଥିବା ଓ ନ୍ୟାୟାଳୟ ଉପରେ ଆସ୍ଥା ରଖିଥିବା ଲୋକଙ୍କୁ ତ୍ୱରିତ ଓ ନିଷ୍ପକ୍ଷ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେବା ନ୍ୟାୟପାଳିକାର ପ୍ରଥମ ଦାୟିତ୍ୱ ବୋଲି ଉଲ୍ଲେଖ କରି ଏଥି ପାଇଁ ବର୍ତ୍ତମାନର ମୁଖ୍ୟ ନ୍ୟାୟାଧିଶ ୧ ଶହରୁ ଊଦ୍ଧ୍ୱର୍ ବିଚାର ବିଭାଗୀୟ ଅଧିକାରୀ ନିଯୁକ୍ତି କରି ସାରିଲେଣି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ।
ସେହିପରି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ୍ ଶରଣ ରବିବାର ନୟାଗଡ଼ ଜିଲା ଦୌରାଜଜ କୋର୍ଟର ନୂତନ ବିଲ୍ଡିଂର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପାଞ୍ଚମହଲା ବିଶିଷ୍ଟ ଏହି ନୂତନ ଅଟ୍ଟାଳିକା ୨୩କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ରେ ନିର୍ମାଣ କରାଯାଇଛି। ଏହି ଅବସରରେ ସେଠାରେ ଏକ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲାବେଳେ ଜଷ୍ଟିସ ଅକ୍ଷୟ କୁମାର ରଥ, ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ ସୁଜିତ୍ ନାରାୟଣ ପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories