www.samajalive.in
Sunday, December 7, 2025
26.1 C
Bhubaneswar

ଧୁମ-୪ କ’ଣ ପାଇଁ ଛାଡିଲେ ସଲମନ ଖାନ? ଜାଣନ୍ତୁ ଏହାର ରହସ୍ୟ

ମୁମ୍ବଇ : ୟଶରାଜ ବ୍ୟାନରରେ ନିର୍ମିତ ଲୋକପ୍ରିୟ ଚଳଚ୍ଚିତ୍ର ସିରିଜ ‘ଧୁମ’ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ। ଏହାର ଚତୁର୍ଥ ସିରିଜ ତଥା ‘ଧୁମ-୪’ ବହୁଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ପ୍ରତି ‘ଧୁମ’ ଚଳଚ୍ଚିତ୍ରରେ ଚୋର ଭୂମିକାକୁ ସବୁ ସମୟରେ ପରିବର୍ତ୍ତନ କରାଯାଏ। କିନ୍ତୁ ପୁଲିସ ଭୂମିକାରେ ଅଭିନୟ କରୁଥିବା ଅଭିଷେକ ବଚ୍ଚନ ଓ ଆଦିତ୍ୟ ଚୋପ୍ରାଙ୍କୁ କେବେ ବି ପରିବର୍ତ୍ତନ କରାଯାଏ ନାହିଁ। ଚଳିତ ‘ଧୁମ-୪’ରେ ଅଭିନେତା ସଲମନ ଖାନ ଅଭିନୟ କରିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ କିଛିଦିନ ପରେ ଅଭିନେତା ସଲମନ ଏହି ଚଳଚ୍ଚିତ୍ର କରୁନାହାନ୍ତି ବୋଲି ସୂଚନା ମିଳିଥିଲା।
ନିକଟରେ ଏକ ସାକ୍ଷାତକାରରେ ସଲମନ କହିଥିଲେ, ‘ମୋର ପ୍ରଶଂସକ ମାନେ ମତେ ଆଖିବନ୍ଦ କରି ଭରସା କରନ୍ତି। ତେଣୁ ମୁଁ କୌଣସି ନକରାôତମ ଚରିତ୍ର କରିବାକୁ ଚାହୁଁନାହିଁ’।
ଅଭିନେତା ଅଭିଷେକ ବଚ୍ଚନଙ୍କୁ ଏହି ଚଳଚ୍ଚିତ୍ରରୁ ବାହାର କରିବା ପାଇଁ ସଲମନ ଚାହୁଁଥିଲେ। କିନ୍ତୁ ଅଭିଷେକ ଏକ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନେଇ ସେ ଚଳଚ୍ଚିତ୍ରରରୁ ବାହାରି ନଥିଲେ। ଯାହାଫଳରେ ସଲମନ ଏହି ଚଳଚ୍ଚିତ୍ର ଛାଡିଥିବା ଗୁଜବ ସୃଷ୍ଟି ହୋଇଥିଲା।
‘ଧୁମ-୪’ ଚଳଚ୍ଚିତ୍ର ପାଇଁ ବର୍ତ୍ତମାନ ନିର୍ଦ୍ଦେଶକ ଅଭିନେତା ରଣବୀର କାପୁର, ଶାହାରୁଖ ଖାନ ଆଦି କଳାକାରଙ୍କୁ ସମ୍ପର୍କ କରାଯାଉଥିବା ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories