www.samajalive.in
Monday, December 15, 2025
26.1 C
Bhubaneswar

ସଲମାନଙ୍କ ରାଗ

ଅଲୀ ଆବାସ୍ ଜଫର୍ ନିର୍ଦେଶିତ ‘ଭାରତ’ ଚଳଚ୍ଚିତ୍ରକୁ ନେଇ ତୁମ୍ବିତୋଫାନ୍ ଏବେ ପର୍ଯ୍ୟନ୍ତ ଥମିନାହିଁ। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କେଫ୍ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ ଇତିମଧ୍ୟରେ ଇଉରୋପର ମାଲଟାରେ ଶେଷ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟର ଏଇ ଚଳଚ୍ଚିତ୍ରର ଘୋଷଣା ହେବା ପରେ କୁହାଯାଇଥିଲା ପ୍ରିୟଙ୍କା ଚୋପ୍ରା ଏଥିରେ ଅଭିନୟ କରିବେ। ସଲମାନ୍ ମଧ୍ୟ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହା ସ୍ପଷ୍ଟ କରିଥିଲେ। ତେବେ କିଛିଦିନ ପରେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନାଙ୍କ ନାମ ଅଭିନେତ୍ରୀ ଭାବେ ଘୋଷଣା କରାଗଲା। ଏ ବାବଦରେ ସଲମାନ୍ କିଛି କହୁନଥିଲେ। ହେଲେ ବଲିଉଡର ଅନ୍ୟମାନେ ଟୁପରୁଟାପରୁ ଆରମ୍ଭ କରିଦେଲେ ଯେ ସଲମାନ୍‌ଙ୍କ ସହ ପ୍ରିୟାପ୍ରୀତି କାରଣରୁ କ୍ୟାଟ୍ରିନା ହିଁ ଚକ୍ରାନ୍ତ କରି ଏଥିରୁ ପ୍ରିୟଙ୍କାଙ୍କୁ ବାହାର କରିଦେଲେ। ସଲମାନ୍‌ଙ୍କ କାନକୁ ଏ କଥା ଯିବା ପରେ ସେ ବିରକ୍ତି ପ୍ରକାଶ କରିବା ସହ ଗଣମାଧ୍ୟମ ସମ୍ମୁଖରେ ସମସ୍ତ ତଥ୍ୟ କହିଥିଲେ। ଭାରତ ଚଳଚ୍ଚିତ୍ର ଖବର ପ୍ରଚାରିତ ହେବା ପରେ ପ୍ରିୟଙ୍କା ଚୋପ୍ରା ନିଜ ଆଡ଼ୁ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କୁ ବାରମ୍ବାର ଫୋନ୍ କରି ଏଥିରେ ଏକ ସୁଯୋଗ ଦେବା ନିମନ୍ତେ ନିବଦେନ କରିଥିଲେ। ଥରେ ଦୁଇଥର ନୁହେଁ, ବରଂ ୧୦୦ଥରରୁ ଅଧିକ ସେ ଅର୍ପିତାଙ୍କୁ ଫୋନ୍ କରିଥିଲେ ବୋଲି ସଲମାନ୍ କହିଛନ୍ତି। ବଲିଉଡର ସମସ୍ତେ ଖୁବ୍ ଭଲଭାବେ ଜାଣନ୍ତି ଯେ ସାନ ଭଉଣୀ ଅର୍ପିତାର କୌଣସି କଥାକୁ ସଲମାନ୍ କାଟିପାରନ୍ତି ନାହିଁ। ଏଣୁ ଅର୍ପିତା ଯେତେବେଳେ ବଡ଼ ଭାଇଙ୍କୁ ଏକଥା କହିଲେ, କିଛି ଚିନ୍ତା ନ କରି ସଲମାନ୍ ତୁରନ୍ତ ହଁ ଭରିଲେ। ଯେତେବେଳେ ସୁଟିଂ ଆରମ୍ଭ ପ୍ରସଙ୍ଗ ଆଲୋଚନା ହେଲା, ପ୍ରିୟଙ୍କା ଧରାଛୁଆଁ ଦେଲେନାହିଁ। ଏପରିକି ସଲମାନ୍‌ଙ୍କ ଫୋନ୍ ମଧ୍ୟ ପ୍ରିୟଙ୍କା ଉଠାଇଲେନାହିଁ। ଅନନ୍ୟୋପାୟ ହୋଇ ସଲମାନ୍‌ଶେଷରେ କ୍ୟାଟ୍ରିନାଙ୍କୁ ନିବେଦନ କଲେ। ଜଣେ ଉତ୍ତମ ବନ୍ଧୁ ଭାବେ ସେ ମଧ୍ୟ ସଲମାନ୍‌ଙ୍କ ସହଯୋଗ କଲେ। ଏ ବାବଦରେ ଦବଙ୍ଗ ଖାନ୍ କହିଛନ୍ତି, ପରେ ପ୍ରିୟଙ୍କା ମୋତେ କହିଲେ ବିବାହ ଯୋଜନା ଥିବାରୁ ସେ ଭାରତ ଚଳଚ୍ଚିତ୍ରରୁ ଓହରିଆସିଲେ। ସଲମାନ୍ କିନ୍ତୁ କହିଛନ୍ତି ପ୍ରିୟଙ୍କା ଏବେ ହଲିଉଡ ଯୋଜନାରେ, ସେ ଆଉ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories