ପନୀର ସାଲାଡ଼
ଆବଶ୍ୟକ ସାମଗ୍ରୀ
କାକୁଡ଼ି – ୪ଟି
କୋରା ପନୀର – ୨୫୦ଗ୍ରାମ
କଟା ପିଆଜ – ୧ଟି
କଟା ଟମାଟୋ – ୨ଟି
କଟା ସିମଲା ଲଙ୍କା – ୧ଟି ( ଲାଲ, ଶାଗୁଆ)
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ି ଓ ସିମଲା ଲଙ୍କାକୁ ଲମ୍ବା ଆକୃତିର କାଟି ଦିଅନ୍ତୁ। ଏହାପରେ କାକୁଡ଼ିର ଭିତର ଅଂଶର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନୀର, ଟମାଟୋ, ପିଆଜ, ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖିଦିଅନ୍ତୁ। ଏବେ କାକୁଡ଼ି ଭିତରେ ଏହି ମିଶ୍ରଣକୁ ଭର୍ତ୍ତି କରି ଦିଅନ୍ତୁ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।