www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ, କେଉଁ ସମୟରେ ଦାନ କରିବା ଅନୁଚିତ !

ଜୀବନରେ ଅସୁବିଧା ଓ ଟଙ୍କାପଇସାର ଅଯଥା କ୍ଷୟକୁ ରୋକିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ସେହି ଉପାୟଗୁଡିକୁ ମାନିବା ଦ୍ବାରା ଅସୁବିଧାରୁ ମୁକ୍ତି ପାଇପାରିବା। ଅନେକ ଲୋକ ପୁଣ୍ୟ ପ୍ରାପ୍ତି ପାଇଁ ଦାନ କରି ଥାଆନ୍ତି। କିନ୍ତୁ କିଛି ଦ୍ରବ୍ୟ ରହିଛି ଯାହାକୁ ସନ୍ଧ୍ୟା ସମୟରେ ଦାନ କରିବାକୁ ବାରଣ କରାଯାଇଛି। ଏପରି କରିବା ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହାଦ୍ବାରା ଘରର ସମୃଦ୍ଧି ଉପରେ​‌ କୁପ୍ରଭାବ ପଡିଥାଏ। ତେଣୁ ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁ ଦ୍ରବ୍ୟ ଦାନ କରିବା ଅନୁଚିତ …

ପିଆଜ ଓ ରସୁଣର ସମ୍ବନ୍ଧ କେତୁ ଗ୍ରହ ସହ ରହିଛି। କେତୁ ନକରାତ୍ମକ ଶକ୍ତିର କାରକ ଅଟନ୍ତି। ତେଣୁ ସନ୍ଧ୍ୟା ସମୟରେ କେବେ ବି ପିଆଜ ଓ ରସୁଣର ଦାନ କରନ୍ତୁ ନାହିଁ।

- Advertisement -

ସନ୍ଧ୍ୟା ସମୟରେ କେବେ ବି କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। କାରଣ ଏହି ସମୟରେ ମା’ ଲକ୍ଷ୍ମୀ ଘରକୁ ଆସି ଥାଆନ୍ତି। ତେଣୁ ସନ୍ଧ୍ୟା ସମୟରେ ଟଙ୍କା ଧାର ଦିଅନ୍ତୁ ନାହିଁ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଗୁରୁବାର ଦିନ କାହାକୁ ହଳଦୀ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଗୁରୁ ଗ୍ରହ ଜାତକରେ କମଜୋର ହୋଇଯାଆନ୍ତି।

ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ସମ୍ପର୍କ କ୍ଷୀର ସହ ରହିଛି। କୁହାଯାଇଛି ଯେ, ସନ୍ଧ୍ୟା ଓ ରାତି ସମୟରେ କାହାକୁ କ୍ଷୀର ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ।

ଏହାସହ ସନ୍ଧ୍ୟା ବେଳେ ଦହି ଦାନ କରିବା ଅନୁଚିତ। ଏପରି କରିବା ଦ୍ବାରା ସୂର୍ଯ୍ୟଙ୍କ ଖରାପ ପ୍ରଭାବ ଜାତକରେ ପଡିଥାଏ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories