ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକର ପଚିଶଟି ଉଚ୍ଚ ବିଦ୍ୟାଳୟର ଦିନିକିଆ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗୁଆଳି ଗୋରଡା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା ମଣ୍ଡଳ ଅଧିକାରୀ ଶୁଭମ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ରୂପେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପ୍ରଭାସ କୁମାର କରଣ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ମିଶ୍ର ପ୍ରରମ୍ଭିକ ସୂଚନା ଦେବା ପରେ ଶିକ୍ଷକ ଉମାକାନ୍ତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ଲବ ଆକ୍ଟିଭିଟ୍ ଏବଂ ହାଉସ ସିଷ୍ଟମ ଉପରେ ପର୍ଯ୍ୟାପ୍ତ ଭାବେ ଆଲୋଚନା ହୋଇଥିଲା। ସମସ୍ତ ପ୍ରଧାନ ଶିକ୍ଷକମାନେ ଉକ୍ତ ବିଦ୍ୟାଳୟର ସମସ୍ତ ରେକର୍ଡ ପତ୍ର ଦେଖିଥିଲେ। ଏହାପରେ ୫ଟି ନିୟମରେ ପରିଚାଳିତ ବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିବା ସହ ବିଜ୍ଞାନଗାର, ଇ-ଲାଇବ୍ରେରି ଆଦି ଦେଖି ଭୁୟସି ପ୍ରଶଂସା କରିଥିଲେ। ନିୟମ ଅନୁସାରେ ମିଟିଂ ପରିସମାପ୍ତି ପରେ ମଠ ସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ।
Popular Categories



