www.samajalive.in
Wednesday, December 10, 2025
17.1 C
Bhubaneswar

ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କଲେ ଚଣ୍ଡୀଗଡ଼ କୃଷି ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ନିର୍ଦେଶକ

ସାକ୍ଷୀଗୋପାଳ: ଚଣ୍ଡୀଗଡ଼ର କୃଷି ବିଶ୍ଵ ବିଦ୍ୟାଳୟ କାର୍ଯ୍ୟକାରୀ ନିର୍ଦେଶକ ପ୍ରଫେସର ଡ. ସଞ୍ଜୟ କୁମାର ଦାସ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚଳିତ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଉକ୍ତ ଅନୁଷ୍ଠାନରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ. ସଞ୍ଜୟ କୁମାର ମହାନ୍ତି ଏବଂ ଅନ୍ୟ ବିଭାଗରେ ନିଯୁକ୍ତ ବୈଜ୍ଞାନିକଗଣଙ୍କ ସହ ସେ କେନ୍ଦ୍ର ପରିସରରେ ଚାଳିତ ବିଭିନ୍ନ ବିଭାଗ ତଥା ମାଛ ଚାଷ, ଉନ୍ନତ କିସମ ଶସ୍ୟ ମଞ୍ଜି ଉତ୍ପାଦନ, ଛତୁ ଚାଷ, ଜିଆ ଖତ ଚାଷ, ପନିପରିବା ତଥା ଫୁଲ ଫଳ ଚାଷ ଆଦି ନିରୀକ୍ଷଣ କରିଛନ୍ତି। ଏଥିସହ ଜଳବାୟୁ ନମନୀୟ କୃଷି କୌଶଳ ଆଦିକୁ ବହୁ ପ୍ରଶଂସା କରିଥିଲେ। ଏହି ଅବସରରେ ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ସଞ୍ଜୟ କୁମାର ମହାନ୍ତି, ଡ଼ ଦୀପଶିଖା ପରମଜିତା, ଡ଼ା ସୁମିତା ଆଚାର୍ଯ୍ୟ, ସୋନିତା ସେଠୀ, ନିଭା ମହାପାତ୍ର, ଚନ୍ଦନା ମହାପାତ୍ର, ମଧୁସ୍ମିତା ସାହୁ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories