www.samajalive.in
Monday, December 15, 2025
15.1 C
Bhubaneswar

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସତ୍ୟଵାଦୀ ବିଧାୟକ

ସାକ୍ଷୀଗୋପାଳ: ସତ୍ୟଵାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସତ୍ୟଵାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ବାଜା ବାଣ ସହ ବାଇକ ଶୋଭାଯାତ୍ରାରେ କର୍ମୀମାନେ ଵିଧାୟକଙ୍କୁ ପାଛୋଟି ଆଣିଥିଲେ। ୬ ଲକ୍ଷ ଟଙ୍କା ଵ୍ୟୟରେ ନିର୍ମିତ ନହଳା ଉ ପ୍ରା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଭୋଜନ ଗୃହ, ପଞ୍ଚାୟତ କାର୍ଯ୍ୟାଳୟରେ ୬.୫ ଲକ୍ଷ ଟଙ୍କାରେ ନିର୍ମିତ କାର୍ଯ୍ୟନିର୍ଵାହୀ ଅଧିକାରୀଙ୍କ ଵାସଗୃହ, ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ନିକଟରେ ୫ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ ମଣ୍ଡପ ଓ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀରାମଚନ୍ଦ୍ରପୁର ଅଙ୍ଗନବାଡି କେନ୍ଦ୍ର ବିଧାୟକ ଶ୍ରୀଯୁକ୍ତ ସାମନ୍ତରାୟ ଉଦଘାଟନ କରିଥିଲେ।

ଏହି ଅଵସରରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଵିଧାୟକ ଉଦବୋଧନ ଦେଇ ଶ୍ରୀରାମଚନ୍ଦ୍ରପୁର ଓ ମୁଳ ଅଳସା ପଞ୍ଚାୟତର ଘରେଘରେ ସ୍ବଚ୍ଛ ପିଇବା ପାଣି, ବଡ଼ବନ୍ଧ ବ୍ରିଜ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗରୀବ ଲୋକଙ୍କ ନିମନ୍ତେ ପକ୍କାଘର, ବିଜୁଳି, କୃଷି, ଶିକ୍ଷା ସହିତ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ, ଓଡ଼ିଆ ବିଶ୍ବବିଦ୍ୟାଳୟ, ମନ୍ଦିର ଅଞ୍ଚଳର ବିକାଶ ଖୁବଶୀଘ୍ର ହେଵ ବୋଲି ବିଧାୟକ କହିଥିଲେ। ସମ୍ମାନିତ ଅତିଥି ଭାବରେ ବ୍ଲକ୍ର ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡ଼ିଓ କ୍ଷୀରୋଦ କୁମାର ବେହେରା, ଆତ୍ମା ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷ ବିକ୍ରମ ଯେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ସରପଞ୍ଚ ମଞ୍ଜରୀ ମୁଦୁଲି ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଜନ କଲ୍ୟାଣ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।

- Advertisement -

ପ୍ରାରମ୍ଭରେ ପୁର୍ବତନ ସମିତି ସଭ୍ୟ ସୋମନାଥ ମୁଦୁଲି ସ୍ବାଗତ ଭାଷଣ ପ୍ରସଙ୍ଗରେ ଵିଧାୟକଙ୍କ ଉଦ୍ୟମରେ କରାଯାଇଥିଵା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ନହଳା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା କର, ସିଆରସି ସୁକାନ୍ତ ମିଶ୍ର, ଶିକ୍ଷକ ବିଜୟ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ନିଵେଦିତା କାନୁନଗୋ, ପ୍ରମଥା ଦାଶ , ଭିଏଲଡବ୍ଲୁ ବଳରାମ ପ୍ରଧାନ, ନାଏବ ସରପଞ୍ଚ, ସ୍ବାଗତିକା ସାହୁ, ଓ୍ବାର୍ଡ଼ ସଭ୍ୟାସଭ୍ୟ, ସ୍ବୟଂ ସହାୟକ ମହିଳା ଓ ପଞ୍ଚାୟତ ସହାୟକ ଗୋପକୃଷ୍ଣ ମିଶ୍ର ଉପସ୍ଥିତି ରହି ସହଯୋଗ କରିଥିଲେ। ଶେଷରେ ଅଭୟ ନନ୍ଦ ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories