କଲ୍ୟାଣସିଂ ହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ୩ଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ସବୁଦିନ ପରି ଗତ ରାତିରେ ଘର ସାମ୍ନାରେ ହେଚ୍ପି ଗ୍ୟାସ ଏଜେଣ୍ଟ ଗୁଡୁଲା ସନ୍ତୋଷ ବାଇକ ହେଣ୍ଡଲକୁ ତାଲା ପକାଇ ରଖିଥିଲେ। ତାଙ୍କ ବାଇକ ମଧ୍ୟ ଚୋରି ହୋଇଯାଇଛି। ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ମାମଲାକୁ ନେଇ ଏସ ଆଇ ଡି.କେ.ସାହୁ ଘଟଣାର ତଦନ୍ତ ଚଳାଇଛନ୍ତି। ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
Popular Categories



