www.samajalive.in
Monday, December 15, 2025
15.1 C
Bhubaneswar

ସିକିମ ବନ୍ୟାରେ ସହିଦ ସରୋଜଙ୍କ ଶେଷକୃତ୍ୟ ସମ୍ପନ୍ନ

କାମାକ୍ଷାନଗର/ଭୁବନେଶ୍ବର: ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାସହିତ ସହିଦ ଯବାନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି।

ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମ ଭୂମିକୁ ଆଣିବା ବାଟରେ ବିଭିନ୍ନ ଗ୍ରାମର ଛକରେ ରାସ୍ତାର ଉଭୟ ପାର୍ଶ୍ୱରେ ମହିଳା ଓ ପୁରୁଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଜନ ବହୁଳ ଜିରାଳ ଗ୍ରାମରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ପଟୁଆରରେ ସରୋଜ ଦାସ ଅମର ରହେ ଧ୍ୱନିରେ ବିଭିନ୍ନ ଯୁବଗୋଷ୍ଠୀ ଗ୍ରାମ ମଧ୍ୟ ଦେଇ କେନ୍ଦୁଢିପ ଜନ୍ମ ମାଟିକୁ ନେଇଥିଲେ। ସେଠାରେ ସରୋଜଙ୍କ ଘରେ ଵିଧି ଅନୁଯାଇ କାର୍ଯ୍ୟ ସମ୍ପନ୍ନ ପରେ ଗ୍ରାମ୍ୟ ସ୍ମଶାନକୁ ନିଆଯାଇଥିଲା। ସେଠାରେ ସ୍ଥାନୀୟ ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ୧୨୦ ବାଟାଲିୟନର କାମାଣ୍ଡାଣ୍ଟ ମାନସ ମିଶ୍ର ପ୍ରମୁଖ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ପରେ ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଥିବା ବେଳେ ସେନା ପକ୍ଷରୁ ତୋପ ସଲାମି ଦିଆଯାଇଥିଲା।

- Advertisement -

ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୁଲିସ୍‌ ଆଇଜି, ବିଏସଫ ଆଇଜି ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଛନ୍ତି।

ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିବା ବେଳେ ହାବିଲଦାର ଭାବେ ସିକିମରେ ଟ୍ରେନିଂ ନେଉଥିଲେ। ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସରୋଜ କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories