www.samajalive.in
Saturday, December 13, 2025
26.1 C
Bhubaneswar

ସିଏଚଏସଇ ପ୍ରକାଶ କଲା ପ୍ରଶ୍ନପତ୍ର ବ୍ୟାଙ୍କ, ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ହେବ ସହାୟକ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଏବଂ ଏବଂ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରି ଏଜୁକେସନ(ଆଇସିଏସଇ)ବୋର୍ଡ ପକ୍ଷରୁ ପ୍ରତି ବର୍ଷ ପ୍ରତିବର୍ଷ ପ୍ରଶ୍ନପତ୍ର ବ୍ୟାଙ୍କ୍ ଜାରି କରାଯାଇଥାଏ, ଯାହା ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୋଇଥାଏ। ଠିକ ଏହି ଢାଞ୍ଚାରେ ଆଜି ଭୁବନେଶ୍ବର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। chseodisha.nic.in ୱେବସାଇଟରେ ପ୍ରଶ୍ନପତ୍ର ବ୍ୟାଙ୍କ୍ ଉପଲବ୍ଧ ରହିଛି। ପ୍ରଥମ ପର୍ଯ୍ୟାୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବବିଜ୍ଞାନ ବିଷୟରେ ପ୍ରଶ୍ନପତ୍ର ବ୍ୟାଙ୍କ ଉପଲବ୍ଧ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶ୍ନପତ୍ର ବ୍ୟାଙ୍କରେ ଅନ୍ୟ ସମସ୍ତ ବିଷୟର ପ୍ରଶ୍ନ ଅନ୍ତର୍ଭୁକ୍ତ କରାଯାଇ ତାହା chseodisha.nic.in ୱେବସାଇଟରେ ଅପଲୋଡ କରାଯିବ। ପ୍ରଶ୍ନପତ୍ର ବ୍ୟାଙ୍କ୍ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସିଏଚ୍‌ଏସ୍‌ଇ ପକ୍ଷରୁ ଚିଠି କରାଯାଇଛି।

ଆସନ୍ତା ବର୍ଷ ଫେବୃଆରୀରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ୫ ମାସ ଆଗରୁ ସିଏଚଏସଇ କାର୍ଯ୍ୟସୂଚୀ ଘୋଷଣା କରିଥିବାବେଳେ ଛାତ୍ରଛାତ୍ରୀଙ୍କ ମନରୁ ସଂଶୟ ଦୂର ଏବଂ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ସହାୟକ ହୋଇପାରିବ ବୋଲି ସିଏଚଏସଇ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories