www.samajalive.in
Sunday, December 14, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କୁ ଦାବି ଜଣାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ ଏ ସଂକ୍ରାନ୍ତରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବିଶେଷକରି ୨ଟି ମୁଖ୍ୟପ୍ରସଙ୍ଗ ଉପରେ ଶ୍ରୀ ଷଡ଼ଙ୍ଗୀ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ।

ବଢ଼େଇ, କମାର, କୁମ୍ଭାର, ଦର୍ଜି, ଜୋତା କାରିଗର, ପଥର କଟାଳି, ପଥର ଶିଳ୍ପୀ, ସୁନାରୀ, ଖେଳନା ନିର୍ମାତା, ମାଛଜାଲ ନିର୍ମାତା, ବାଉଁଶ କାରିଗର ପ୍ରମୁଖ ୧୮ଟି କୌଳିକ ବୃତ୍ତି ଦ୍ୱାରା ଜୀବିକା ନିର୍ବାହ କରୁଥିବା ଏବଂ ଯେଉଁମାନଙ୍କ ହାତର କୌଶଳ ଦ୍ୱାରା ମନ୍ଦିର, ପ୍ରାସାଦ, ରାସ୍ତା, ନଗର, ବଜାର ଶିଳ୍ପ ଓ ସଭ୍ୟତା ନିର୍ମାଣ ହୋଇଛି; ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ସକାଶେ ଓଡ଼ିଶାର ମୟୂରଭଞ୍ଜ ଜିଲାରେ ହିଁ ଭାରତର ପ୍ରଥମ ବିଶ୍ୱକର୍ମା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଶ୍ରୀ ଷଡ଼ଙ୍ଗୀ ନିବେଦନ କରିଛନ୍ତି।

- Advertisement -

ସେହିପରି ନୀଳଗିରି କଲେଜ ସମେତ କୁଚିଣ୍ଡା, ରାଇରଙ୍ଗପୁର କଲେଜ ସମେତ ରାଜ୍ୟର ୧୨ଟି ଅନୁନ୍ନତ ଅଞ୍ଚଳରେ ଥିବା କଲେଜ ଗୁଡ଼ିକୁ ସରକାରୀକରଣ କରିବାକୁ ସେ ଦାବି କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories