www.samajalive.in
Monday, December 15, 2025
15.1 C
Bhubaneswar

ଜିଏମୟୁରେ ଦ୍ୱିଦିବସୀୟ ଜାତୀୟ ସମ୍ପାନ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟ ଓ ଆଇସିଏଚଆରର ପ୍ରଯୋଜନାରେ ଦ୍ୱିଦିବସୀୟ ଜାତୀୟ ସମ୍ପାନ ଶନିବାର ଆରମ୍ଭ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଏନ. ନାଗାରାଜୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପ୍ର. ଅଖିଳ ଚନ୍ଦ୍ର ଓତ, ଦାଶ ବେନହୁର, ଆଇସିଏଚଆରର ପ୍ର. ହରିହର ପଣ୍ଡା, ସସ୍ମିତ ପ୍ରସାଦ ପାଣି, ପିଜି କାଉନସିଲ ଅଧ୍ୟକ୍ଷ ସୁଶାନ୍ତ କୁମାର ଦାଶ, ଉପ କୁଳସଚିବ ଡ. ଉମା ଚରଣ ପତି ଓ ଇତିହାସ ବିଭାଗର ମୁଖ୍ୟ ଅତୁଲ କୁମାର ପ୍ରଧାନ ମଞ୍ଚାସୀନ ରହିଥିଲେ। ଇତିହାସ ସାମାଜିକ ବିଜ୍ଞାନ ଓ ସାହିତ୍ୟର ମୂଳ ପ୍ରାଣ ଅଟେ। ଏଣୁ ଇତିହାସ ଅମୂଲ୍ୟ ଅଟେ। ଇତିହାସକୁ ବାସ୍ତବାଦୀ, ଘଟଣା ଆଧାରିତ କରିବାର ସମୟ ଆସି ଯାଇଛି। ଇତିହାସକୁ ଅତିରଞ୍ଜିତ, କଳ୍ପନା ଆଧାରିତ କରିବାର ସମୟ ଚାଲି ଯାଇଛି। ପଶ୍ଚିମ ଓଡ଼ିଶାର ପ୍ରତିରୋଧର ଇତିହାସ ସମୃଦ୍ଧ ଅଥଚ ପ୍ରଘଟ ହୋଇ ନାହିଁ। ପଶ୍ଚିମ ଓଡ଼ିଶାର କୋଣ ଅଣୁକୋଣରେ ବିଭିନ୍ନ ରାଜ ଶାସିତ ଅଞ୍ଚଳରେ ସଂଗ୍ରାମ ହୋଇଛି। ସେ ଗୁଡିକୁ ଲୋକ ଲୋଚନକୁ ଆଣିବାକୁ ପଡ଼ିବ। ଏଥି ପାଇଁ ଥିବା ତଥ୍ୟ ଓ ସାକ୍ଷ୍ୟ ଗୁଡିକୁ ଖୋଜି ବାହାର କରିବାକୁ ପଡ଼ିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉଦଘାଟନୀ ଉତ୍ସବ ପରେ ୨ଟି ହଲରେ ସମାନ୍ତରାଳ ଭାବରେ ଦୁଇଟି ଅଧିବେଶନରେ ବିଶିଷ୍ଟ ଐତିହାସିକ, ଅଧ୍ୟାପକ, ଗବେଷକ ଓ ଲେଖକ ମାନେ ସନ୍ଦର୍ଭ ପାଠ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିନିଧି ଓ ଛାତ୍ରଛାତ୍ରୀ ମାନେ ଏହ ଜାତୀୟ ସମ୍ପାନରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଘେସଁ, ପାହାଡଶ୍ରୀଗିଡା, କୁଲାବିରା ଓ ଗଡ଼ଲୋଇସିଂ ର ସଂଗ୍ରାମୀ ଜମିଦାର ପରିବାରର ଜଣେ ଲେଖାଏଁ ଦାୟାଦଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories