ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା, ସାଇବର ଥାନାରେ ଏତଲା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

କଟକ: ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଟକ ସାଇବର ଥାନାରେ ଏତଲା ଦିଆଯାଇଛି। ସାଇବାର ଥାନାରେ ଏକ ୟୁଟ୍ୟୁବ ଚ୍ୟାନେଲ ନାମରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏତଲା ଦିଆଯାଇଛି। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦ କଟକ କ୍ରାଇମବ୍ରାଞ୍ଚ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯାଇଛି। ସଂପୃକ୍ତ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏତଲା ଦେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି।

ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରଘଟ ଖବର ପ୍ରକାଶ ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏବେ ତଦନ୍ତ ପରେ କିଏ ପ୍ରଶ୍ନପତ୍ର ପ୍ରଘଟ କରିଛି ଜଣାପଡ଼ିବ। ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ଆରମ୍ଭ ହେବା ଦିନକୁ ପୂର୍ବରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଗଲା। ଏହା ସହ ଅନ୍ୟ କିଛି ବିଷୟର ପ୍ରଶ୍ନପତ୍ର ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ ସମେତ ହ୍ୱାଟ୍ସଆପରେ ପ୍ରଘଟ ହୋଇଥିଲା।

Comments are closed.