ସାହାରପଡା ଶିଶୁ ବିଦ୍ୟା ମନ୍ଦିରରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର
ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ଥିବା ଶିଶୁ ବିଦ୍ୟା ମନ୍ଦିରରେ ରବିବାର ପୂର୍ବାହ୍ନରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ବିଦ୍ୟା ମନ୍ଦିର ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ କରଞ୍ଜିଆ ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ଶିଶୁ ବିଦ୍ୟା ମନ୍ଦିରର ସଭାପତି ରମାକାନ୍ତ ମହାନ୍ତ ଫିତା କାଟି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ୧୧୬ ଜଣ ଚକ୍ଷୁ ଚିକିତ୍ସା ନିମନ୍ତେ ପଞ୍ଚିକରଣ କରିଥିବା ବେଳେ ଚଷମା ପରିଧାନ ପାଇଁ ୨୦ ଜଣ, ମୋତିଆ ବିନ୍ଦୁ ୧୦ ଜଣ ଏବଂ ଅସ୍ତ୍ରୋପଚାର ପାଇଁ ୫ ଜଣଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିବା ବେଳେ ତାଙ୍କୁ ଭୂମିକା ଚକ୍ଷୁ ଚିକିତ୍ସାଳୟ ତରଫରୁ ସମ୍ପୂର୍ଣ ମାଗଣାରେ ଅସ୍ତ୍ରୋପଚାର ଏବଂ ଔଷଧ ଯୋଗାଇ ଦିଆଯିବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଶିବିରରେ ଶିଶୁ ବିଦ୍ୟା ମନ୍ଦିର ଉପ ସଭାପତି ମହେଶ୍ୱର ମହାନ୍ତ,ସମ୍ପାଦକ ନିରୋଜ କୁମାର ମହାନ୍ତ, ସକ୍ଷମ ଓଡ଼ିଶା ରାଜ୍ୟ ସମ୍ପାଦକ ବୀର କିଶୋର ମହାନ୍ତ, ଭୂମିକା ଚକ୍ଷୁ ହସ୍ପିଟାଲ କର୍ଣ୍ଣାଟ କିଶୋର ଜେନା, ପରିଚାଳକ ବଳରାମ ନାଏକ, ଚକ୍ଷୁ ସହାୟକ ସ୍ଵାତି ପ୍ରଧାନ, ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶୁକଦେବ ମହାନ୍ତ ଏବଂ ସମସ୍ତ ଗୁରୁଜୀ, ଗୁରୁମା, ଓ ସେବକ, ସେବିକା ଉପସ୍ଥିତ ରହି ଏହି ଶିବିରକୁ ପରିଚାଳିତ କରିଥିଲେ।
Comments are closed.