www.samajalive.in
Sunday, December 14, 2025
26.1 C
Bhubaneswar

କୁରେଇଶୁଣିଙ୍କ ନବରାତ୍ରୀ ପୂଜା ଆରମ୍ଭ

ଗଞ୍ଜାମ : ନଦୀରୁ ବାଲି ସଂଗ୍ରହ ପରେ କୁରେଇଶୁଣିଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ପ୍ରାକୃତିକ  ପରିବେଶ ଜଙ୍ଗଲ ଘେରା ମଧ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ  କୁରେଇଶୁଣି ଦେବୀ ପୀଠରେ ରବିବାର ମଧ୍ୟରାତ୍ରୀରେ ବାହୁଦା ନଦୀରୁ ବାଲି ସଂଗ୍ରହ ପରେ ନବରାତ୍ରୀ ପୂଜା  ଆରମ୍ଭ ହୋଇଛି ।  ପ୍ରାୟ ୩୦୦ବର୍ଷ ପୂର୍ବେ ସୁରଙ୍ଗୀ ଗଡର ରାଜା (ଜମିଦାର) ତୁରୁବୁଡ଼ି ପଞ୍ଚାୟତ ନୁଆଗଡ ଗ୍ରାମରେ ଏକ ଗଡ ପ୍ରତିଷ୍ଠା କରି ରହିବା ବେଳେ କୁରେଇଶୁଣିଙ୍କୁ ଆଣି ପ୍ରତିଷ୍ଠା କରିଥିଲେ। ଏହି ସମୟରେ ରାଜା ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ଦେବୀଙ୍କୁ ପୂଜା କରିବା ସହ କିଛି ଆନ୍ଧ୍ରର ଯୋଦ୍ଧାଙ୍କୁ  ନୂଆଗଡ ଗ୍ରାମକୁ ଆଣି ଅଞ୍ଚଳର ଲୋକଙ୍କୁ ଲଢ଼ିବା କୌଶଳ ପ୍ରଶିକ୍ଷଣ ଦେଉ ଥିଲେ। ତେବେ ରାଜା ଦେବୀ ଭକ୍ତ ହୋଇ ଥିବା ବେଳେ ଏହି ଠାରୁ ତାଙ୍କ ଇଷ୍ଟ ଦେବୀ କୁରେଶୁଣିଙ୍କ ପୀଠ ଗଜପତି ଜିଲ୍ଲା ରାମଗିରିକୁ ଜଙ୍ଗଲ ପଥରେ ପ୍ରତି ବର୍ଷ ଅଷ୍ଟମୀ ତିଥିରେ ପୂଜା କରିବାକୁ ଯିବାକୁ ପଡୁଥିଲା। ଏହି ସମୟରେ କୁରେଇଶୁଣି ଦେବୀ  ସ୍ୱପ୍ନ।ଦେଶ ପରେ ଗଜପତି ଜିଲ୍ଲା ରାମଗିରିର ସୁରଙ୍ଗିଗଡର ରାଜା ଆଣି ନୂଆଗଡ ଠାରେ ମନ୍ଦିର ନିର୍ମାଣ କରିଥିଲେ। ସେହି ଦିନ ଠାରୁ ପାରମ୍ପରିକ ରୀତିରେ ଏହି ପୂଜା ପାଳନ ହେଉଛି। ରବିବାର ମଧ୍ୟ ରାତ୍ରୀରେ ଗ୍ରାମ ନିକଟରେ ପ୍ରବାହିତ ଅମରକୋଷ ବର୍ଣ୍ଣିତ ବାହୁଦା ନଦୀପଠାରେ ହୋମ ପୂଜାର୍ଚ୍ଚନା କରି ବାଲି ସଂଗ୍ରହ କରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଛି । ଏହା ପରେ ପଞ୍ଚମୀ ତିଥିରେ ଚୁଲିରେ ନିଆଁ ଉପରେ  ମାଟିହାଣ୍ଡି ବସାଇ ପୂଜକ ଖାଲିହାତରେ ପଞ୍ଚବୁରିଆ  ଧାନ, ମୁଗ,ବିରି, କୋଳଥ, ସୋରିଷ,ଭାଜି ବାଲି ଚାଙ୍ଗୁଡ଼ିରେ ସ୍ଥାପନ କରାଯାଇ ଥ।ଏ। ପ୍ରତିଦିନ ରାତିରେ ପୂଜକ ଖଣ୍ଡା ଘଟ ଧରି ଗ୍ରାମ ପରିକ୍ରମା କରିଥାନ୍ତି। ମନ୍ଦିର ନିକଟରେ ପ୍ରଥମେ ରାଜପୂରହିତଙ୍କ ମୁଦ (ଗୁପ୍ତ ପ୍ରଶ୍ନ)ର ଉତ୍ତର ପୂଜକଙ୍କ ଦେହରେ ଦେବୀ ସଵାରୀ ହୋଇ ଦେବା ପରେ ଉପସ୍ଥିତ ଅନ୍ୟ ଭକ୍ତଙ୍କ ପ୍ରଶ୍ନର ଉତର ଦେଇ ଥାଆନ୍ତି । ଏହି ସମୟରେ କଣ୍ଟା ଦୋଳିରେ ଝୁଲିବା, କଣ୍ଟା ପିଢ଼ାରେ ବସିବା, ନିଆଁ ରେ ଚାଲିବା ଭକ୍ତଙ୍କୁ ଚଲେଇବା ଭଳି ବହୁ ଅଲୋକିକ ଘଟଣା ଦେଖିବାକୁ ମିଳିଥାଏ । ମାଆଙ୍କ ପ୍ରତିବର୍ଷ ଯାତ୍ରା ବେଳେ ବିଭିନ୍ନ ଅଲୌକିକ  ଘଟଣା ଦେଖିବାକୁ ପ୍ରବଳ ଭିଡ ହୋଇଥାଏ। ପୂର୍ବରୁଏହି ଗ୍ରାମରେ ଥିବା ରାଜାଙ୍କ ଗଡ଼ର ଚିହ୍ନ ବର୍ଣ୍ଣ ହଜି ଯାଇଛି। ଏବେ କେବଳ ଗ୍ରାମ ତିନି ପାର୍ଶ୍ବ ରେ ଶତ୍ରୁଙ୍କ କବଳରୁ ମୁକ୍ତି ପାଇଁ ପୂର୍ବରୁ ନିର୍ମିତ ଗଡଖାଇ କିଛି ଅଂଶ ପାଣି ନଥାଇ (ବେମ୍ବା )ଜଙ୍ଗଲରେ ହଜି ଯାଇଛି । ପଡୋଶୀ ଆନ୍ଧ୍ର ପଶ୍ଚିମବଙ୍ଗ, ସହିତ ଅଭିଭକ୍ତ  କୋରାପୁଟ ଏବଂ ଗଜପତି ଜିଲ୍ଲାର ବହୁ ସଂଖ୍ୟକ ଭକ୍ତ ଏହି ନବରାତ୍ରୀ ପୂଜା ବେଳେ ରୁଣ୍ଡ ହୋଇ ଥାଆନ୍ତି । ଏହିପୀଠ ଠାରୁ ଦୁଇ କିଲୋମିଟର ଦୂରରେ ରହିଛି ବାଘଲଟି ଜଳଭଣ୍ଡର ରହିଛି। ଯାହାକି ଭକ୍ତ ମାନେ ପୀଠରେ ଦର୍ଶନ କରି ମାନସିକ ପୂରଣ ସହିତ  ଜଳଭଣ୍ଡାର ବୁଲିବାର ମଜା ନେଇ ଥାଆନ୍ତି ।  ନିସନ୍ତାନ ବ୍ୟକ୍ତି ମନେ ମାଙ୍କୁ ପୂଜା କଲେ ସନ୍ତାନ ପ୍ରାପ୍ତିର ପ୍ରବାଦ ରହିଛି। ବର୍ଷ ତମାମ ଏହି ପୀଠକୁ ଭକ୍ତଙ୍କ ବେଶୀ ଭିଡ଼ ପରିଲକ୍ଷିତ ହେଉ ନ ଥିବା ବେଳେ ଚୈତ୍ର ଏବେ ଆଶ୍ବିନ ମାସରେ ଭିଡ଼ ବୃଦ୍ଧି ପାଇଥାଏ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories