www.samajalive.in
Tuesday, December 9, 2025
15.1 C
Bhubaneswar

ନବରଙ୍ଗପୁରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ସମୀକ୍ଷା କଲେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ

ଡେସ୍କ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଆଜି ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା ଗୁଡିକ ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ତଥ୍ୟ ପ୍ରଦାନ କରାଯାଇଥିଲା।

ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀ ଶଙ୍କର ମାଝୀ, ନରସିଂହ ଭତରା, ରୁପୁ ଭତରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ର ସମୀକ୍ଷା ବୈଠକ ପରିଚାଳନା କରିଥିଲେ।

- Advertisement -


ମନ୍ତ୍ରୀ ଶ୍ରୀମତୀ ଠାକୁର ଆଜି ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ ହାଉସରେ ପହଂଚିବା ପରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ତାଙ୍କୁ ସ୍ୱାଗତ କରିଥିଲେ। ମନ୍ତ୍ରୀ ସେମଲା ଠାରେ ଏକ ଖଲି ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରି ସ୍ୱୟଂ ସହାୟିକା ଦଳ ସହ ଆଲୋଚନା କରିଥିଲେ। ଏଥି ସହ ରାସ୍ତାରେ ସେ ଧାନ କ୍ଷେତରେ ଧାନ କାଟୁଥିବା ମହିଳା ମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ଶ୍ରୀମତୀ ଠାକୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories