ହୋଲି ଅଫର ! ୩୪ ହଜାର ଟଙ୍କା କମିଲା ସାମସଙ୍ଗର ଏହି ସ୍ମାର୍ଟଫୋନ୍ ଦାମ୍

ନୂଆଦିଲ୍ଲୀ : ହୋଲିରେ ଯଦି ଆପଣ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଇ-କମର୍ସ ଓ୍ବେବସାଇଟ୍ ଦମଦାର ଅଫର ଦେଉଛନ୍ତି । ଏବେ ସାମସଙ୍ଗ ଗାଲାକ୍ସି ଏସ୨୪ ଅଲ୍ଟ୍ରାର ଦାମ୍ ୩୪,୪୫୮ ଟଙ୍କା କମିଯାଇଛି । ଆମାଜନରେ ରିହାତି ଏବଂ ବ୍ୟାଙ୍କ ଅଫର ପରେ ୧ ଲକ୍ଷ ଟଙ୍କାରୁ କମ୍ ଦାମରେ ଏହି ଫୋନ୍ ମିଳୁଛି । ଏହାର ଦାମ୍ ୧,୩୯,୯୯୯ ଟଙ୍କା ରହିଥିଲା । ଏହାର ୧୨ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ଆମାଜନରେ ୯୮,୯୯୯ ଟଙ୍କା ରହିଛି ।
ଯଦି ଆପଣଙ୍କ ପାଖରେ ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଅଛି ତେବେ ଆପଣ ୨୯୫୫ ଟଙ୍କା ରିହାତି ପାଇପାରିବେ । ଏହା ବ୍ୟତୀତ ନୋ କଷ୍ଟ ଇଏମଆଇ ବା ୪୭୭୫ ଟଙ୍କାରୁ ଆରମ୍ଭ ହେଉଥିବା କିସ୍ତି ବିକଳ୍ପ ମଧ୍ୟ ଚୟନ କରିପାରିବେ । ଏହା ସହିତ ଆପଣ ପୁରୁଣା ଫୋନ୍ ବଦଳାଇ ୨୨,୮୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ତେବେ ଏହି ରିହାତି ଆପଣଙ୍କ ପୁରୁଣା ଫୋନର ମଡେଲ ଉପରେ ନିର୍ଭର କରେ ।
ସାମସଙ୍ଗ ଗାଲାକ୍ସି ଏସ୨୪ ଅଲ୍ଟ୍ରାରେ ୬.୮ ଇଞ୍ଚର ବଡ କ୍ୟୁଏଚଡି ପ୍ଲସ୍ ଆମୋଲେଡ୍ ସ୍କ୍ରିନ୍ ରହିଛି ଯାହା ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଆସିଥାଏ । ଏହାର ସର୍ବାଧିକ ବ୍ରାଇଟନେସ୍ ୨୬୦୦ ନିଟ୍ସ ରହିଛି । ଫୋନରେ ସ୍ନାପଡ୍ରାଗନ ୮ ଜେନ୍ ୩ ଚିପସେଟ୍ ଦେଇଛି କମ୍ପାନୀ । ଫୋନରେ ୫ ହଜାର ଏମଏଏଚର ବ୍ୟାଟେରୀ ମିଳିବ ଯାହା ୪୫ଡବ୍ଲୁ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଏହା ଆଣ୍ଡ୍ରଏଡ୍ ୧୫ ଆଧାରିତ ଓ୍ବାନ୍ ୟୁଆଇ ୭ ଅପଡେଟ୍ ସହିତ ଆସିଥାଏ ।
Comments are closed.