www.samajalive.in
Monday, December 15, 2025
16.1 C
Bhubaneswar

ଜୟଶଙ୍କର ଗୁଜରାଟରୁ ବିଜେପି ରାଜ୍ୟସଭା ପ୍ରାର୍ଥୀ

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର ସୋମବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସଂସଦ ଭବନ ପରିସରରେ ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ବିଜେପିରେ ମିଶିବାର କିଛି ଘଣ୍ଟା ପରେ ଜୟଶଙ୍କରଙ୍କୁ ଗୁଜରାଟ ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି। ଭାରତୀୟ ବିଦେଶ ​‌େ​‌ସବା ଅଧିକାରୀ ଜୟଶଙ୍କର ଭାରତର ବୈଦେଶିକ ସଚିବ ପଦରୁ ଅବସର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପସନ୍ଦକ୍ରମେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ବିଜେପିରେ ସାମିଲ ହୋଇ ନ ଥିଲେ। ମନ୍ତ୍ରୀ ରହିବା ପାଇଁ ଆସନ୍ତା ୬ ମାସ ମଧ୍ୟରେ ତାଙ୍କୁ ସଂସଦର ସଦସ୍ୟତା ଲାଭ କରିବାକୁ ପଡ଼ିବ। ୬୪ ବର୍ଷ ବୟସ୍କ ଜୟଶଙ୍କର ବଳିଷ୍ଠ କୂଟନୀତି, ଆଲୋଚନା ପୂର୍ବକ କଥା ମନାଇବାର କୌଶଳ, ଯୋଜନାବଦ୍ଧ ଦୂରଦୃଷ୍ଟି ପାଇଁ ବେଶ ଜଣାଶୁଣା। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ଆମେରିକା​‌େ​‌ର ଭାରତର ରାଷ୍ଟ୍ରଦୂତ ନିଯୁକ୍ତ ଥିଲେ। ସେ ୧୯୭୭ ବ୍ୟାଚ ଆଇଏଫଏସ ଅଧିକାରୀ ଲଦାଖର ଦେପସାଙ୍ଗ ଆକ୍ରମଣ, ଡୋକଲାମ ବିବାଦ ଓ ବେଜିଂ ସହିତ ଆଲୋଚନା ପରିଚାଳନା କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories