www.samajalive.in
Monday, December 15, 2025
14.1 C
Bhubaneswar

ଯସ୍ମିନ ମହମ୍ମଦଙ୍କୁ ୭ ବର୍ଷ ଜେଲ୍‌

ତିରୁଅନନ୍ତପୁରମ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ରେ କେରଳର ୧୫ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗରେ କୋଚିସ୍ଥିତ ଏନ୍‍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଅଦାଲତ ଶନିବାର ବିହାର ବାସିନ୍ଦା ଯସ୍ମିନ ମହମ୍ମଦ ନାମ୍ନୀ ଜଣେ ମହିଳାଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଯସ୍ମିନ ଦୀର୍ଘ ବର୍ଷ ଧରି ଆଇଏସ୍‍ ସଂଗଠନ ସହ ସମ୍ପର୍କ ସ୍ଥାପନ କରିଥିବାବେଳେ ଭାରତୀୟ ଯୁବକଙ୍କୁ ପ୍ରଲୋଭିତ କରି ଆଫଗାନିସ୍ତାନ ପଠାଇଥିବା ଅଭିଯୋଗ ହୋଇଥିଲା। ୨୦୧୬ ଜୁଲାଇରେ ଆଫଗାନିସ୍ତାନ ଯିବାକୁ ଉଦ୍ୟମ କରୁଥିବାବେଳେ କେରଳ ପୁଲିସ ଯସ୍ମିନ ଓ ତାଙ୍କ ପୁଅକୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଥିଲା। ଯସ୍ମିନଙ୍କ ସ୍ୱାମୀ ରାସି ଅବଦୁଲ୍ଲା ୨୦୧୬ ମେ’ରେ ଆଇଏସ୍‍ ସଂଗଠନରେ ଯୋଗଦେବାକୁ ଆଫଗାନିସ୍ତାନ ପଳାଇଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। କେରଳରେ ଆଇଏସ୍‍ ସଂଗଠନର ସଂଖ୍ୟାଧିକ ସମର୍ଥକ ଥିବାବେଳେ ଯସ୍ମିନ ଏହାର ଫାଇଦା ଉଠାଇ ୧୫ ଜଣ ଯୁବକଙ୍କୁ ସଂଗଠନରେ ନିଯୁକ୍ତି ଦେବାରେ ସଫଳ ହୋଇଥିଲା। ଯସ୍ମିନ ପ୍ରଥମେ ଏକ ସ୍କୁଲରେ ଶିକ୍ଷୟିତ୍ରୀଭାବେ କାର୍ଯ୍ୟ କରୁଥିଲା। ତେବେ ରାସିକୁ ବିବାହ କରିବାପରେ ସେ ଆଇଏସ୍‍ ସଂଗଠନ ସହ ପ୍ରତ୍ୟକ୍ଷଭାବେ ଜଡିତ ହୋଇଥିଲା। ଏନଆଇଏ ପକ୍ଷରୁ ଅବଦୁଲ ରସିଦ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ରସିଦ ଏହି ରାକେଟର ମୁଖ୍ୟ ଖଳନାୟକ ବୋଲି କୁହାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories