www.samajalive.in
Sunday, December 14, 2025
26.1 C
Bhubaneswar

ନିରବଙ୍କ ବହୁମୂଲ୍ୟ ସାମଗ୍ରୀ ଜବତ

ଜବତ ସାମଗ୍ରୀ
-୧୦ କୋଟି ଟଙ୍କାର ମୁଦି, –୧.୪୦ କୋଟି ଟଙ୍କାର ଘଣ୍ଟା
-୧୫ କୋଟି ଟଙ୍କାର ପୁରୁଣା ଗହଣା, –୧୦ କୋଟି ଟଙ୍କାର ଚିତ୍ର

ମୁମ୍ବଇ : ପିଏନ୍‍ବି ଠକେଇ ମାମଲାର ମୁଖ୍ୟ କାର୍ପଟଦାର ତଥା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ମୁମ୍ବଇର ୱର୍ଲିସ୍ଥିତ ବାସଭବନ ‘ସମୁଦ୍ର ମହଲ’ରୁ ବହୁ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ବେଆଇନ ପୁଞ୍ଜି କାରବାର ଆଇନ ଅନୁଯାୟୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ଙ୍କ ପକ୍ଷରୁ ତିନି ଦିନ ଧରି ସେଠାରେ ଚଢାଉ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୧୦ କୋଟି ଟଙ୍କା ମୂଲ୍ୟର ଏକ ହୀରାମୁଦି, ୧ କୋଟି ୪୦ ଲକ୍ଷ ଟଙ୍କାର ଘଣ୍ଟା, ୧୫ କୋଟି ଟଙ୍କାର ପୁରାତନ ଗହଣା ଏବଂ ଅମ୍ରିତା ଶେର-ଗିଲ, ଏମ୍‍. ଏଫ୍‍. ହୁସେନ୍‍ ଏବଂ କେ. କେ. ହେବରଙ୍କ ଦ୍ୱାରା ପ୍ରସ୍ତୁତ ୧୦ କୋଟି ଟଙ୍କା ମୂଲ୍ୟର ବିରଳ ଚିତ୍ର ରହିଛି। ଇଡି ଏବଂ ସିବିଆଇ ସମସ୍ତ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି। ପିଏନ୍‍ବିରୁ ୧,୨୦୦୦ କୋଟି ଟଙ୍କା ଠକେଇ ମାମଲାରେ ନିରବ, ତାଙ୍କ ମାମୁଁ ମେହୁଲ ଚୋକସି ଏବଂ ଗୀତାଞ୍ଜଳୀ ଜେମ୍‍ସ ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତମାନେ ଦେଶଛାଡି ଚାଲିଯାଇଥିବା ବେଳେ ଇଡିଙ୍କ ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ହୋଇ ନାହାନ୍ତି। ସେମାନଙ୍କୁ ଗିରଫ କରିବା ନିମନ୍ତେ ବିଶ୍ୱସ୍ତରୀୟ ଗିରଫ ପରୱାନା ଜାରି କରିବାକୁ ଇଡି ଇଣ୍ଟରପୋଲକୁ ମଧ୍ୟ ନୋଟିସ୍‍ ଜାରି କରିଛନ୍ତି। ଇଡିଙ୍କ ଅନୁରୋଧ କ୍ରମେ ମୁମ୍ବଇର ସ୍ୱତନ୍ତ୍ର କୋର୍ଟ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତେବେ ଅଦ୍ୟାବଧି ଜବତ କରାଯାଇଥିବା ସମ୍ପତ୍ତି ପରିମାଣ ୭,୬୬୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏଗୁଡିକ ମଧ୍ୟରେ ହୀରା, ସୁନା, ବହୁମୂଲ୍ୟ ପଥର ଏବଂ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories