mission shakti banner

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌

nua o banner
0

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ପରେ ଏବେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ମଧ୍ୟ ମହିଳାଙ୍କୁ ମିଳି ପାରିବ ସାନିଟାରୀ ନାପକିନ୍‌। ଭୁବନେଶ୍ୱର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନଂ-୧ରେ ଥିବା ଦ୍ୱିତୀୟ ଶ୍ରେଣୀ ମହିଳା ପ୍ରତୀକ୍ଷାଳୟ ଭିତରେ ଏକ ସ୍ୱୟଂଚାଳିତ ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌ ସ୍ଥାପନ କରାଯାଇଛି। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ୧୬ ହଜାର ଟଙ୍କା ବ୍ୟୟରେ ଏହି ଭେଣ୍ଡିଂ ମେସିନ୍‌ ଲଗାଯାଇ ଥିବାବେଳେ ସଂଗଠନର ଅଧ୍ୟକ୍ଷା ମଧୁଲିକା ସିଂହ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ହସ୍ତଗତ ସୂଚନା ଅନୁସାରେ ପ୍ରତି ପ୍ୟାଡ୍‌ ମୂଲ୍ୟ ୫ ଟଙ୍କା ରଖା ଯାଇଥିବା ବେଳେ ଏଥିରେ ଏକ ସଙ୍ଗରେ ୭୫ଟି ପ୍ୟାଡ୍‌ ରହି ପାରିବ। ସଂଗଠନ ପକ୍ଷରୁ ଏହି ମେସିନ୍‌ର ରକ୍ଷଣାବେକ୍ଷଣ କରାଯିବ। ଏହି ଅବସରରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନ୍‌ ଠାରେ ସଂଗଠନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

Leave A Reply