www.samajalive.in
Monday, December 15, 2025
15.1 C
Bhubaneswar

+୨ ଥିଓରୀ ପରୀକ୍ଷା , ୧୧୦୪ କେନ୍ଦ୍ରରେ ୩,୬୫,୮୨୬ ପରୀକ୍ଷାର୍ଥୀ

ସୁରକ୍ଷା କଡ଼ାକଡ଼ି, ନକଲ କଲେ ମାମଲା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି +୨ ଥିଓରୀ ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀ, ପରୀକ୍ଷକ ଓ ସ୍କ୍ୱାଡ୍‌ ସାଙ୍ଗକୁ ଜିଲା ଓ ପୁଲିସ ପ୍ରଶାସନ ପ୍ରସ୍ତୁତ। କପି ରୋକିବା, ଅଘଟଣ ଏଡ଼ାଇବା ଏବଂ ଶାନ୍ତିଶୃଙ୍ଖଳା ସହ +୨ ପରୀକ୍ଷା କରାଇବା ନେଇ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଗତବର୍ଷ ଯେଭଳି ଗୋଟିଏ ପ୍ରଶ୍ନପତ୍ର ପ୍ୟାକେଟ୍‌ରୁ ଅନ୍ୟ ଏକ ପ୍ରଶ୍ନପତ୍ର ବାହାରିଲା ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଛାତ୍ରଛାତ୍ରୀ କପି କରି ଧରାପଡ଼ିଲେ, ପରୀକ୍ଷକ ଓ ସ୍କ୍ୱାଡ ଅସାଧୁ ଉପାୟ ଅବଲମ୍ବନ ଓ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ ଥାନାରେ ମାମଲା ରୁଜୁ ହେବ ଏବଂ ଶିକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡବିଧାନ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଥିଓରୀ ପରୀକ୍ଷା ପାଇଁ ୧୧୦୪ କେନ୍ଦ୍ର କରାଯାଇଛି। ୧୫୩୯ ଜୁନିୟର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୩,୬୫,୮୨୬ ଛାତ୍ରଛାତ୍ରୀ ମାର୍ଚ୍ଚ ୬ରୁ୨୯ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ଦେବେ। ଚଳିତ ବର୍ଷ +୨ କଳାରେ ୨,୩୩,୯୯୮, ବିଜ୍ଞାନରେ ୯୬,୧୭୫, ବାଣିଜ୍ୟରେ୨୭,୪୪୭ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୮,୨୨୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ସକାଳ ୯.୩୦ସୁଦ୍ଧା ରିପୋର୍ଟିଂ କରିବେ। ଉତ୍ତରଖାତା ସକାଳ ୯.୪୫ରେ ଦିଆଯିବ। ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ ଓ ଏହାପରେ ଛାତ୍ରଛାତ୍ରୀ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିପାରିବେ ବୋଲି ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି। +୨ ଥିଓରି ପରୀକ୍ଷା ମାର୍ଚ୍ଚ ୬ରୁ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories