www.samajalive.in
Sunday, December 14, 2025
26.1 C
Bhubaneswar

ଆଇଓସିଏଲ୍‌ ପାଇପ ଲାଇନରୁ ତେଲ ଚୋରି ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୧୨ ଗିରଫ

ଅନୁଗୋଳ: ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମରୁ ଇଣ୍ଡିଆନ ଅଏଲ କମ୍ପାନୀର ପାଇପ ଲାଇନରୁ ଟ୍ୟାଙ୍କର ଯୋଗେ ତେଲ ଚୋରି କରିଥିବା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ପୁଲିସ ଏଥିରେ ବ୍ୟବହୃତ ୬ଟି ଗାଡ଼ି ଓ ୪ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଥିବା ସୋମବାର ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଏସ୍‌ପି ବି୍ରଜେଶକୁମାର ରାଏ ପ୍ରକାଶ କରିଛନ୍ତି।
ଜରପଡ଼ା ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଫେବୃୟାରୀ ୧୨ରେ କଞ୍ଜରା ଗ୍ରାମ ଅଞ୍ଚଳରୁ ଆଇଓସିଏଲ ତେଲ ପାଇପ ଲାଇନ୍‌ରୁ ପ୍ରାୟ ୪୯ ହଜାର ଲିଟର ତେଲ ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଦୁର୍ବୃତ୍ତମାନେ ପାଇପ୍‌ ଲାଇନକୁ କଣା କରି ଭାଲ୍‌ବ ଲଗାଇ ପାଇପ୍‌ ଯୋଗେ ଟ୍ୟାଙ୍କର ସାହାଯ୍ୟରେ ତେଲ ଚୋରି କରି ନେଇଥିଲେ। ଅଭିଯୋଗ ପାଇବା ପରେ ଅନୁଗୋଳ ଏସ୍‌ଡିପିଓ ହରିହର ପାଣିଙ୍କ ନେତୃତ୍ୱରେ ଜରପଡ଼ା ଥାନା ଆଇଆଇସି, ଅନୁଗୋଳ ଥାନାର ଇନ୍‌ସ୍ପେକ୍ଟର ଓ ଏସ୍‌ଆଇ, ବନ୍ତଳା ଥାନା ଆଇଆଇସି, ବଅଁରପାଳ ଥାନା ଆଇସିସିଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏଥିରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ମାଷ୍ଟର ମାଇଣ୍ଡ ମଥୁରା ଅଞ୍ଚଳର ବିନୀତ ଗୁପ୍ତା ଓରଫ ଅମିତ, ନୂଆଦିଲ୍ଲୀର କରନ ଶର୍ମା, ଉତ୍ତରପ୍ରଦେଶର ରାଜକୁମାର ବର୍ମା ଓରଫ ରାଜୁ, ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମର ଜେଏସ୍‌ପିଏଲ୍‌ କମ୍ପାନୀରେ ପିଆରଓ ଭାବେ କାର୍ୟ୍ୟରତ ରଞ୍ଜନକୁମାର ସିଂହ, ଜରଡ଼ାର ଜେଏସ୍‌ପିଏଲ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାର୍ୟ୍ୟରତ କାମାକ୍ଷାପ୍ରସାଦ ସିଂହ, ଜରଡ଼ା ଗ୍ରାମର ସୁବ୍ରତ ଦାସ, କଟକ କଲେଜଛକ ପାଟରା ସାହିର ଗୌରୀଶଙ୍କର ପୃଷ୍ଟି ଓରଫ ଟୁଲୁ, କଟକ ଜିଲା ନିଆଳି ଥାନା ଅଞ୍ଚଳରେ ମଦନମୋହନ ସ୍ୱାଇଁ ଓରଫ କାହ୍ନୁ, ତାଳଚେର ଗୋଡ଼ିବନ୍ଧ ଛକଠାରେ ଥିବା ମା’ ତାରିଣୀ ଫିଲିଙ୍ଗ ଷ୍ଟେସନର ମାଲିକ ପ୍ରଫୁଲ ପ୍ରଧାନ, ମ୍ୟାନେଜର ବଶିଷ୍ଠକୁମାର ସାହୁ, ଚାଳକ ଅଭିମନ୍ୟୁ ଭୋଳ ଓ ଯାଜପୁର ସୁକିନ୍ଦା ଅଞ୍ଚଳ ବ୍ରାହ୍ମଣସାହିର ଧନଞ୍ଜୟ ଦ୍ୱିବେଦୀ ପ୍ରମୁଖଙ୍କୁ ପୁଲିସ ଗିରଫ କରିଛି। ଅନ୍ୟତମ ଅଭିଯୁକ୍ତ ଉତ୍ତରପ୍ରଦେଶ ଅନ୍ତର୍ଗତ ମଥୁରା ଅଞ୍ଚଳର ପପୁ ଫେରାର ହୋଇଯାଇଛି।
ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ମଥୁରାର ବିନୀତ ଜଣେ ଡିପ୍ଲୋମା ଇଞ୍ଜିନିୟର, ଏହା ପୂର୍ବରୁ ସେ ବହୁ ରାଜ୍ୟରେ ଏଭଳି ଚୋରି ଘଟଣାରେ ସଂପୃକ୍ତ। ବିନୀତ, କରନ ଶର୍ମା ଓ ପପୁକୁ ଏଥିରେ ନିୟୋଜିତ କରିଥିଲା। କରନ ଓ ପପୁ ସ୍ଥାନୀୟ ଅଞ୍ଚଳର ଜରଡ଼ା ଗ୍ରାମର ଛୋଟୁ ଓରଫ ରଞ୍ଜନ ସିଂହ, ସୁବ୍ରତ ଦାସ ଓ କାମାକ୍ଷାପ୍ରସାଦଙ୍କୁ ପାଇପ ଲାଇନ ଅଞ୍ଚଳରେ ଗାତ ଖୋଳିବା, ଭାଲ୍‌ବ ଲଗାଇବା, ଜଙ୍ଗଲ ଭିତରକୁ ଟ୍ୟାଙ୍କର ଗାଡ଼ି ଯିବା ଭଳି ରାସ୍ତା କାମ କରିବାରେ ସହଯୋଗ ନେଇ କାମ କରିଥିଲେ। ଏହା ପରେ ସେମାନେ ସୁକିନ୍ଦାର ଧନଞ୍ଜୟ ସହ ଯୋଗଯୋଗ କରି କଟକର ଗୌରୀଶଙ୍କର ସହଯୋଗରେ ଟ୍ୟାଙ୍କର ଯୋଗାଡ଼ କରି ମଦନମୋହନ ସାହାଯ୍ୟରେ ତେଲ ଟାଙ୍କିରେ ତେଲ ବିକ୍ରି କରି ନେଉଥିଲେ। ପୁଲିସ ଗୌରୀଶଙ୍କଠାରୁ ତେଲ ଟ୍ୟାଙ୍କର, ଇନୋଭା ଗାଡ଼ି, କରନ ଶର୍ମାର ସ୍କୋର୍ପିଓ ଓ ପପୁଙ୍କର ବ୍ୟବହୃତ ହ୍ୟୁଣ୍ଡାଇ କାର, ଧନଞ୍ଜୟ ବ୍ୟବହାର କରୁଥିବା ଇଣ୍ଡିକା କାର ଜବତ କରିଛିି।
ପପୁ ଫେରାର ହୋଇଯାଇଥିବାରୁ ଏଥିରେ ସମ୍ପୃକ୍ତ ଅନ୍ୟ ତେଲ ଟ୍ୟାଙ୍କର ଓ ବିକ୍ରି ହୋଇଥିବା ସ୍ଥାନ ଚିହ୍ନଟ ହୋଇପାରି ନାହିଁ। ଖୁବ୍‌ ଶୀଘ୍ର ପପୁକୁ ଗିରଫ ପରେ ଏଥିରେ ସମ୍ପୃକ୍ତ ଅନ୍ୟ ଗାଡ଼ି ଜବତ କରାଯିବ ବୋଲି ପୁଲିସ ପ୍ରକାଶ କରିଛି। ଏହି ଦଳ ପୂର୍ବରୁ ଭଦ୍ରକ ଜିଲା ତିହିଡ଼ିଠାରେ ତେଲ ଚୋରି ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିବାର ପୁଲିସ ପ୍ରକାଶ କରିଛିି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories