ନୂଆଦିଲ୍ଲୀ : ଆନ୍ତର୍ଜାତିକ ସୌରମେଣ୍ଟ ସମ୍ମିଳନୀ ରବିବାର ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ଦିନିକିଆ ସମ୍ମିଳନୀରେ ଉଦ୍ଘାଟନୀ ଅଧିବେଶନ ସମେତ ବୈଷୟିକ ଅଧିବେଶନ ଏବଂ ଅନ୍ୟାନ୍ୟ ଆଲୋଚନା ସ୍ଥାନ ପାଇବ। ବିଭିନ୍ନ ଅଧିବେଶନରେ ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟ, ସରକାରୀ ମୁଖ୍ୟ, ମିଳିତ ଜାତିସଂଘର ପ୍ରତିନିଧି ଦଳ, ବିଭିନ୍ନ ବ୍ୟାଙ୍କର ବହୁମୁଖୀ ବିକାଶର ଅଧ୍ୟକ୍ଷ, ଅର୍ଥନୈତିକ ଅନୁଷ୍ଠାନ, ଗ୍ଲୋବାଲ୍ ଫଣ୍ଡ୍ସ ଏବଂ ଶକ୍ତି ସହିତ ଜଡ଼ିତ ଅନୁଷ୍ଠାନ ଅଂଶଗ୍ରହଣ କରିବେ।
୨୦୧୫ ନଭେମ୍ବର ୩୦ରେ ପ୍ୟାରିସ୍ଠାରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଫ୍ରାନ୍ସିସ୍ ହୋଲାନ୍ଦେଙ୍କ ପକ୍ଷରୁ ମିଳିତ ପଦକ୍ଷେପ ଭାବେ ଆନ୍ତର୍ଜାତିକ ସୌରମେଣ୍ଟ (ଆଇଏସ୍ଏ) ଗଠନ ଦିଗରେ ପଦକ୍ଷେପ ନିଆଯାଇଥିଲା।
ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌରମେଣ୍ଟ ସମ୍ମିଳନୀ
Popular Categories



