www.samajalive.in
Sunday, December 14, 2025
26.1 C
Bhubaneswar

ଆଜମ୍‌ଙ୍କୁ ଖିଲଜୀଙ୍କ ସହ ତୁଳନା କଲେ ଜୟା

ନୂଆଦିଲ୍ଲୀ : ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା ଶନିବାର ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ମହମ୍ମଦ ଆଜମ୍‌ ଖାନ୍‌ଙ୍କୁ ବଲିଉଡ୍‌ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ଆଲ୍ଲାଉଦ୍ଦିନ ଖିଲଜୀଙ୍କ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ୨୦୦୯ରେ ଉତ୍ତର ପ୍ରଦେଶର ରାମପୁରରୁ ପୁନଃ ନିର୍ବାଚନ ଲଢିବା ବେଳେ ଆଜମ୍‌ ତାଙ୍କୁ ହଇରାଣ କରିଥିଲେ। ଏପରିକି ତାଙ୍କ ଭାବମୂର୍ତ୍ତିର୍ ମଳିନ କରିବାକୁ ଆଜମ ନାନା ଉଦ୍ୟମ କରିଥିଲେ। ‘ପଦ୍ମାବତ୍‌’ ଚଳଚ୍ଚିତ୍ର ଦେଖିବା ବେଳେ ଖିଲିଜୀଙ୍କ ଚରିତ୍ର ତାଙ୍କୁ ଆଜମ୍‌ଙ୍କ କଥା ସ୍ମରଣ କରାଇଦେଇଥିଲା ବୋଲି ଜୟା କହିଛନ୍ତି। ଆଜମ୍‌ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଜାଲିଆତି କରାଯାଇଥିବା ଭିଡିଓ ବାଣ୍ଟୁଥିବା ନେଇ ପୂର୍ବରୁ ମଧ୍ୟ ଜୟା ଅଭିଯୋଗ ଆଣିଥିଲେ। ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବାକୁ ସେ ସେତେବେଳେ ଚେତାବନୀ ଦେଇଥିଲେ। ଉକ୍ତ ନିର୍ବାଚନରେ ଜୟା ବିଜୟଲାଭ କରିଥିଲେ ମଧ୍ୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଏସ୍‌ପିରୁ ବହିଷ୍କୃତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories