www.samajalive.in
Sunday, December 14, 2025
14.1 C
Bhubaneswar

ଏଣିକି ରକ୍ତ ସମ୍ପର୍କୀୟଙ୍କୁ ନିଶ୍ଚିତ ରେଳ ଟିକଟ ହସ୍ତାନ୍ତର ସମ୍ଭବ

ନୂଆଦିଲ୍ଲୀ : ଏଣିକି ରକ୍ତ ସମ୍ପର୍କୀୟଙ୍କୁ ନିଶ୍ଚିତ (କନ୍‌ଫର୍ମ) ରେଳ ଟିକଟ୍‌ ହସ୍ତାନ୍ତର କରିବା ସମ୍ଭବ ହେବ। ଟିକଟ କନ୍‌ଫର୍ମ ହେବା ସତ୍ତ୍ୱେ ଯଦି କୌଣସି ଯାତ୍ରୀ ତାହାର ଉପଯୋଗ ପୂର୍ବକ ରେଳଯାତ୍ରା କରି ନ ପାରନ୍ତି ତେବେ ସେ ଉକ୍ତ ଟିକଟକୁ ନିଜ ରକ୍ତ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିପାରିବେ। ଏ ନେଇ ରେଳବାଇ ପକ୍ଷରୁ ଅନୁମତି ପ୍ରଦାନ କରାଯିବା ସହିତ ଏକ ନିର୍ଦେଶାବଳୀ ଜାରି କରାଯାଇଛି। ଏଥିଅନୁଯାୟୀ, ଯାତ୍ରୀ ନିଜର ମାତା ଓ ପିତା, ଭାଇ ଓ ଭଉଣୀ, ପତ୍ନୀ ଏବଂ ସନ୍ତାନଙ୍କୁ ଏହି ଟିକଟ ହସ୍ତାନ୍ତର କରିପାରିବେ। ମୁଖ୍ୟ ସଂରକ୍ଷଣ ସୁପରଭାଇଜରଙ୍କୁ କନ୍‌ଫର୍ମ ଟିକଟ୍‌ରେ ଯାତ୍ରୀଙ୍କ ନାମ ପରିବର୍ତ୍ତନ ଅଧିକାର ପ୍ରଦାନ କରାଯାଇଛି। ଟିକଟରେ ଯାତ୍ରୀଙ୍କ ନାମ ପରିବର୍ତ୍ତନ ଲାଗି ସାଧାରଣ ବ୍ୟକ୍ତି ଅଥବା ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଧାରିତ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବାର ୨୪ ଘଣ୍ଟା ପୂର୍ବରୁ ଲିଖିତ ଅନୁରୋଧ ପ୍ରଦାନ କରିବାକୁ ହେବ। ବରଯାତ୍ରୀର କୌଣସି ସଦସ୍ୟ ନିଜ ଟିକଟ ହସ୍ତାନ୍ତର କରିବାକୁ ଚାହିଁଲେ ଉକ୍ତ ଦଳର ମୁଖ୍ୟଙ୍କୁ ୪୮ ଘଣ୍ଟା ପୂର୍ବରୁ ଲିଖିତ ଅନୁରୋଧ ପ୍ରଦାନ କରିବାକୁ ହେବ। ସେହିଭଳି କୌଣସି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଅଥବା ଛାତ୍ରୀଙ୍କୁ ଟିକଟ ହସ୍ତାନ୍ତର ଲାଗି ପ୍ରତିଷ୍ଠାନର ମୁଖ୍ୟଙ୍କ ମଞ୍ଜୁରୀ ପ୍ରାପ୍ତ କରିବାକୁ ହେବ। ପ୍ରତିଷ୍ଠାନର ମୁଖ୍ୟଙ୍କ ଲିଖିତ ଅନୁରୋଧ ପତ୍ରକୁ ଭିତ୍ତି କରି ଛାତ୍ର ଅଥବା ଛାତ୍ରୀଙ୍କ ଟିକଟ ସେହି ସଂସ୍ଥାର ଅନ୍ୟ ଜଣେ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରିହେବ। ଏନ୍‌ସିସି ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବେ। ଅନ୍ୟ କ୍ୟାଡେଟ୍‌ଙ୍କୁ ଟିକଟ୍‌ ହସ୍ତାନ୍ତର ନିମନ୍ତେ କ୍ୟାଡେଟ୍‌ମାନଙ୍କୁ ନିଜ ଦଳର ମୁଖ୍ୟଙ୍କ ଲିଖିତ ଅନୁରୋଧ ୨୪ ଘଣ୍ଟା ପୂର୍ବରୁ ଦାଖଲ କରିବାକୁ ହେବ। ବରଯାତ୍ରୀ, ଛାତ୍ରଛାତ୍ରୀ ତଥା କ୍ୟାଡେଟ୍‌ ଦଳ କ୍ଷେତ୍ରରେ କେବଳ ୧୦% ଟିକେଟ୍‌ ହିଁ ହସ୍ତାନ୍ତର କରାଯାଇପାରିବ। ଗୋଟିଏ କନ୍‌ଫର୍ମ ଟିକଟକୁ ଥରେ ହିଁ ହସ୍ତାନ୍ତର କରାଯାଇ ପାରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories