www.samajalive.in
Monday, December 15, 2025
16.1 C
Bhubaneswar

ନୂଆ ଅଙ୍କ କଷୁଛି ପୁଲିସ

ଉତ୍ତରଭୁବନେଶ୍ୱର : କୁଆଖାଇ ନଦୀପଠାରେ ବହୁ ଚର୍ଚ୍ଚିତ ଉନ୍ମୟ ପାଢ଼ୀଙ୍କ ହତ୍ୟା ଘଟଣା ଏବେବି ଅନ୍ଧାରରେ ରହିଛି। ୧୧ଦିନ ବିତିଯାଇଥିବା ବେଳେ ପୁଲିସ ହତ୍ୟାକାଣ୍ଡର ରହସ୍ୟ ଖୋଲି ପାରିନଥିବା ବେଳେ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନଥିବା ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ନୂତନ ଡିସିପି ଅନୁପ ସାହୁଙ୍କ ସମେତ ଏଥିପାଇଁ ଗଠିତ ଏକାଧିକ ଟିମ୍‍ର ମୁଖ୍ୟ ପ୍ରୟାସ ଜାରି ରଖିଛନ୍ତି। ପ୍ରକାଶଥାଉକି ଶୁକ୍ରବାର ସ୍ପେଶାଲ ସ୍କ୍ୱାଡ୍‍, ସାଇଣ୍ଟିଫିିକ୍‍ ଟିମ୍‍ର ବରିଷ୍ଠ ଅଧିକାରୀ ଏବଂ ଥାନା ଅଧିକାରୀ, ଏସିପି ଏକତ୍ରିତ ହୋଇ ହତ୍ୟା ମାମଲାର ବିଧିବଦ୍ଧ ତର୍ଜମା କରିଥିବା ସହ କିପରି ହତ୍ୟାକାରୀକୁ ଧରିବେ ସେ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି। ଗତକାଲି ମଞ୍ଚେଶ୍ୱର ଥାନା ପୁଲିସ ଫୋରେନସିକ୍‍ ଲାବ୍‍କୁ ପଠାଇଥିବା ଉନ୍ମୟଙ୍କ ଜବତ ଦରପୋଡ଼ା ଡ୍ରେସ୍‍, ଅନ୍ତଃବସ୍ତ୍ର, ଲାପ୍‍ଟପ୍‍ ଆଦି ପରୀକ୍ଷାଗାରରେ ପହଞ୍ଚିସାରିଥିବା ବେଳେ ଦିନେ ଦୁଇ ଦିନ ଭିତରେ ଏହାର ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ ଭାଇରାଲ ଭିଡିଓ ଘଟଣା ସମ୍ପୃକ୍ତି ଅଛିକି ନାହିଁ ପୁଣି ତାହାର ତର୍ଜମା କରାଯାଉଛି। ସେହିପରି ସାଇବର କ୍ରାଇମ୍‍ ଧରିବାରେ ଯେଉଁମାନେ ସିଦ୍ଧହସ୍ତ ସେମାନଙ୍କୁ ଏହାର ତଦନ୍ତ ପାଇଁ ପୁଣି ନିୟୋଜିତ କରିଛି। ଏହି ତଦନ୍ତ ପ୍ରକ୍ରିୟାର ସଫଳତା ଦିଗ ସହିତ ପୂର୍ବରୁ ଆସିଥିବା ଉନ୍ମୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ତାଳମେଳ ରହୁଛି କି ନାହିଁ ତାହା ଖୁବ୍‍ ଶୀଘ୍ର ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉନ୍ମୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଏହି ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସତ୍ତ୍ବେ ପୁଲିସ କାହିଁକି ଆଗକୁ ବଢ଼ିପାରୁନି ସେନେଇ ଉନ୍ମୟଙ୍କ ଭାଇ ପ୍ରଶ୍ନ ଉଠାଇଛନ୍ତି। ତେବେ ତଦନ୍ତ ପ୍ରକ୍ରିୟାରେ କେଉଁଠି କିଛି ତ୍ରୁଟି ବିଚ୍ୟୁତି ରହିଛି କି ନାହିଁ ତାହାକୁ ପୁଣି ଥରେ ଅନୁଶୀଳନ କରାଯାଉଥିବାବେଳେ ହତ୍ୟାକାଣ୍ଡ ଉପରୁ ପରଦା ହଟିବ ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ବାସ୍ତବ ସ୍ଥିତିରେ ତଦନ୍ତ ପ୍ରକ୍ରିୟାର ଦିଗ ବଣା ହେଉଥିବା ଅନ୍ୟ କେତେକ ପୁଲିସ କର୍ମଚାରୀ କହିଛନ୍ତି। କେଉଁ ଆଧାରରେ ତଦନ୍ତକାରୀ ଟିମ୍‍ ଘଟଣା ଉପରେ ପୂର୍ଣ୍ଣଚ୍ଛେଦ ପକାଇବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି।
ଏ ସଂକ୍ରାନ୍ତରେ ଫୋରେନସିକ୍‍ ଲାବ୍‍ର ପୂର୍ବତନ ଯୁଗ୍ମ ନିର୍ଦେଶକ ଡ. ସତ୍ୟାନନ୍ଦ ମହାରଣାଙ୍କୁ ପଚାରିବାରେ ପୁଲିସ କୋର୍ଟ ମାଧ୍ୟମରେ ଲାବ୍‍କୁ ପରୀକ୍ଷା ପାଇଁ ଜବତ ସାମଗ୍ରୀ ପଠାଇଲେ ଉକ୍ତ ସଂସ୍ଥା ଅଳ୍ପ ଦିନରେ ରିପୋର୍ଟ ଦେଇଥାଏ। କେତେକ ସ୍ଥଳରେ ଜରୁରୀ ଆବଶ୍ୟକ ଥିଲେ କୋର୍ଟ ମାଧ୍ୟମରେ ୨/୩ ଦିନ ମଧ୍ୟରେ ଫୋରେନସିକ ରିପୋର୍ଟ ଆସିଥାଏ। ଯାହା ତଦନ୍ତକୁ ଗତିଶୀଳ କରାଇବାରେ ସହାୟକ ହୋଇଥାଏ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories